oom

ନେହେରୁ ଯୁବ କେନ୍ଦ୍ର ସଂଗଠନ ତରଫରୁ ସ୍ବଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ

jsmm

ପଦ୍ମପୁର, (ନିରୋଜ କମାର ପାଣୀ) : ଭାରତ ସରକାରଙ୍କ ଦ୍ଵାରା ଆରମ୍ଭ କରାଯାଇଥିବା ସ୍ୱଚ୍ଛ ଭାରତ ଅଭିଯାନ ଚଳିତ ବର୍ଷ ଅକ୍ଟୋବର ୧ ତାରିଖରୁ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ନେହେରୁ ଯୁବ କେନ୍ଦ୍ର ସଂଗଠନ ତରଫରୁ ସାରା ଦେଶରେ ପାଳନ କରାଯାଉଛି । ସେହିପରି ଆଜି ନେହେରୁ ଯୁବ କେନ୍ଦ୍ର ସଂଗଠନ ବରଗଡ଼ ସ୍ବେଛସେବୀ ରତିକାନ୍ତ ପଧାନ ଏବଂ ଡିଲେଶ୍ଵର ନାୟକଙ୍କ ନେତୃତ୍ୱରେ ଗାଇସିଲେଟ ବ୍ଲକ ଚିଖିଲି ଗ୍ରାମ ପଞ୍ଚାୟତର ଚିଖିଲି ଏବଂ କମଳପଦର ଗ୍ରାମରେ ସ୍ୱଚ୍ଛ ଭାରତ ଅଭିଯାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଓଏଲ୍ଏମ୍ ଗାଇସିଲେଟ ବିପିଏମ୍ ମମତା ମିଶ୍ର, ବିଏଲସି ବଟ କିଶୋର୍ ଦୀପଙ୍କ ସହଯୋଗରେ ଚିଖିଲି ଜିପିଏଲ୍‌ଏଫର ସଭାନେତ୍ରୀ ସୁନୀତା ନାଗ, ସମ୍ପାଦିକା ଗୋଲାପି ସିଂହଙ୍କ ସହିତ ଚିଖିଲି ଏବଂ କମଳପଦର ଗ୍ରାମର ସମସ୍ତ ସ୍ଵୟଂ ସହାୟକ ଗୋଷ୍ଠୀର ସଭ୍ୟା ଏବଂ ଡ଼. ଆମ୍ବେଦକର କ୍ଲବ ସଭାପତି ରହିତ ନାଗ ଏବଂ ସମସ୍ତ ସଦସ୍ୟ ମିଶି ସମାଜକୁ ସ୍ୱଚ୍ଛ ରହିବା ପାଇଁ ଏକ ବାର୍ତ୍ତା ଦେବା ସହିତ ସମସ୍ତ ନାଗରିକଙ୍କୁ ସ୍ୱଚ୍ଛ ଭାରତ ଅଭିଯାନରେ ସାମିଲ ହୋଇ ଆମ ଦେଶକୁ ସ୍ୱଚ୍ଛ ରଖିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ଆସନ୍ତା ଗ୍ରାମ ପଞ୍ଚାୟତ ନିର୍ବାଚନରେ ଭୋଟ ବିକ୍ରିକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବା ପାଇଁ ଆଲୋଚନା କରାଯାଇଛି । ବିଭିନ୍ନ ସ୍ଥାନରେ ଜନ ସଚେତନତା କାର୍ଯ୍ୟକ୍ରମଗୁଡ଼ିକ କରାଯିବ ବୋଲି ସ୍ବେଛସେବୀ ରତିକାନ୍ତ ପଧାନ ଓ ଡିଲେଶ୍ୱର ନାୟକ ସୂଚନା ଦେଇଛନ୍ତି ।

jittmm
Leave A Reply

Your email address will not be published.