ତୁରେକେଲା ବ୍ଲକ ଖୁଟୁଲୁମୁଣ୍ଡାରେ ଜଣେ କରୋନା ପୋଜିଟିଭ ଚିହ୍ନଟ : ୪୮ଘଂଟା ପାଇଁ ସଟ ଡାଉନ କଲେ ହିଆଁଲ ସରପଂଚ

ତୁରେକେଲା, (କୈଲାଶ ସଗରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ହିଆଁଲ ପଂଚାୟତ ଖୁଟୁଲୁମୁଣ୍ଡା ଗାଁରେ ଜଣେ କରୋନା ପୋଜିଟିଭ ଚିହ୍ନଟ ହୋଇଛନ୍ତି । କରୋନା ଚିହ୍ନଟ ବ୍ୟକ୍ତି ଜଣକ ନିଜର ପରିବାରର ରୋଜଗାର ପାଇଁ ଛତିଶଗଡର ରାୟପୁରରୁ ଗତ ୧୬/୮/୨୦୨୦ରିଖ ଦିନ ଗାଁକୁ ଫେରିଥିଲା । ଗାଁକୁ ଫେରିଲା ପରେ ତାଙ୍କର ସମସ୍ତ ପ୍ରକାର ପରୀକ୍ଷା ନିରୀକ୍ଷା ପରେ ସଂକ୍ରମିତ ଥିବାର ଜଣା ପଡିଲା । ଏହା ପରେ ଗ୍ରାମବାସୀ ହିଆଁଲ ସରପଂଚ ହରିସିଂ ପୋଢକୁ ଜଣାଇଥିଲେ । ପ୍ରଶାସନିକ ସ୍ତରରେ ସଂକ୍ରମିତ ଥିବାର ପ୍ରମାଣ ପାଇବା ପରେ ହିଆଁଲ ଗ୍ରା.ପ. କାର୍ଯ୍ୟାଳୟର ଚିଠି ନଂ.୮୧ ତା ୧୯.୦୮.୨୦୨୦ ଅନୁସାରେ ବୁଧବାର ସକାଳ ୧୦ ଘଂଟାରୁ ଆସନ୍ତା ତା. ୨୧.୦.୨୦୨୦ ଶୁକ୍ରବାର ସକାଳ ୧୦ (୪୮ଘଂଟା) ଖୁଟୁଲୁମୁଣ୍ଡା ଗ୍ରାମକୁ ସଟ ଡାଉନ ଘୋଷଣା କରାଯାଇଛି । ଗାଁରେ ଥିବା ସମସ୍ତ ଦୋକାନ ବଜାର ବନ୍ଦ ରଖାଯିବା ପାଇଁ ନିର୍ଦ୍ଦେଶରେ ଦର୍ଶାଯାଇଛି । ଖୁଟୁଲୁମୁଣ୍ଡା ଗାଁକୁ ସଟଡାଉନ କରିଥିବା ବିଷୟ ତହସିଲଦାର କଂଟାବାଂଜି, ବିଡିଓ ତୁରେକେଲା ଓ ଥାନା ଅଧିକାରୀ କଂଟାବାଂଜିକୁ ଜଣାଇଥିବା ପଂଚାୟତ ଚିଠିରୁ ଜଣାଯାଏ ।

Leave A Reply

Your email address will not be published.