oom

ବଲାଙ୍ଗିର ଓ ସୋନପୁର ଜିଲ୍ଲାକୁ ନେଇ ଗଠିତ ହେଲା “ସୁପକାର ସଂଘ”

jsmm

ବସନ୍ତ- ସଭାପତି, ଗୋକୁଳ- ସଂପାଦକ
ବଲାଙ୍ଗିର, (ଦେବାଶିଷ ମିଶ୍ର) – ଆଜି ସ୍ଥାନୀୟ ବରପାଲିପଡା ମାନସୀ ମଣ୍ଡପ ଠାରେ ଦିନ ୧୨ଟାବଲାଙ୍ଗିର ଓ ସୋନପୁର ଜିଲ୍ଲ୍ା ର ମିଳିତ ପ୍ରଚେଷ୍ଟାରେ ସୁପକାର ସଂଘ ଗଠିତ ହୋଇଯାଇଛି । କରୋନା ସମୟରେ କୋଭେିଡ ନିୟମ ପାଳନ ସହ ସାମାଜିକ ଦୁରତାକୁ ରକ୍ଷା କରି ଉଭୟ ଜିଲ୍ଲାର କର୍ମକର୍ତ୍ତାମାନଙ୍କ ମଧ୍ୟରେ ଏକ ସଭା ଅନୁଷ୍ଠିତ ହୋଇଯାଇଥିଲା । ପ୍ରଥମେ ସର୍ବସର୍ମ୍ମତି କ୍ରମେ ସଂଘର ନାମ ମା’ ସମଲେଶ୍ୱରୀ ସୁପକାର ସଂଘ ଭାବେ ନାମିତ କରଯାଇଥିଲାା ପରେ ପରେ ସଂଘର କାମଗୁଡିକୁ ସୁଚାରୁ ରୁପେ ତୁଲାଇବା ପାଇଁ ସଂଘର କର୍ମକର୍ତ୍ତା ମନୋନୀତ କରାଯାଇଥୀଲାା । ସଭାପତି ଭାବେ ବସନ୍ତ କୁମାର ତ୍ରିପାଠୀ , ସଂପାଦକ ଗୋକୁଳ ମିଶ୍ର, ଉପ ସଭାପତି ଆଦିକନ୍ଦ ରଥ,ଉପ ସଂପାଦକ ଦିବାକର ମିଶ୍ର,କୋଷାଧକ୍ଷ ଗଦାଧର ପଣ୍ଡା, ଉପ କୋଷାଧକ୍ଷ ରମେଶ ଚନ୍ଦ୍ର ମିଶ୍ର ଓ ଉପଦେଷ୍ଟା ଭାବରେ ବିଶ୍ୱମୟ ପୁଜାରୀ ତଥା ଆଇନ ପରାମର୍ଶଦାତା ରୂପେ ଜିତେନ୍ଦ୍ର କୁମାର ପୁରୋହିତଙ୍କୁ ମନୋନୀତ କରାଯାଇଥିଲା ।
ଏହି ସଭାରେ ସଂଘର ବିଭିନ୍ନ କର୍ମକର୍ତ୍ତା ସହ ରମାକନ୍ର ମିଶ୍ର,ସୁମନ୍ତ ଦାସ, ରଞ୍ଜନ ଦାସ, ମାନସ ଦାସ, ବାଲ୍ମୀକି ଦାସ, ଚିତ୍ତରଂଜନ ମିଶ୍ର, କପିଲେଶ୍ୱର ମିଶ୍ର, ପ୍ରଦୀପ ମିଶ୍ର, ସର୍ବେଶ୍ୱର ମିଶ୍ର, ବିଜୟ କୁମାର ତ୍ରିପାଠୀ, ଗିରିଶ ଚନ୍ଦ୍ର ମିଶ୍ର, ସଞ୍ଜୟ ତ୍ରିପାଠୀ, ସୁରାଜନ ମିଶ୍ର, ଭୂଲାମନ ଷଢଙ୍ଗୀ, ଦେବାର୍ଚନ ଦାସ ଓ କେଶବ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.