ନୂଆପଡ଼ା, (କେପିଏନ୍ଏସ୍) : ଜିଲ୍ଲା ସିନାପାଲି ପଞ୍ଚାୟତ ସମିତି ସଭା ଗୃହରେ ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣୀ ଶିବିର ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲାସ୍ତରୀୟ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଏହି ଶିବିରରେ ୬୫ ଗୋଟି ଦରଖାସ୍ତ ଗ୍ରହଣ କରାଯାଇ ତୁରନ୍ତ ତାର ସମାଧାନ ସକାଶେ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ଆଦେଶ ଦେଇଥିଲେ । ସାମ୍ବାଦିକ ପତ୍ରବନ୍ଧୁ ବାଗ ୬ମାସ ପୂର୍ବେ ଏକ ଜନଜାତି ପରିବାରଙ୍କ ସମସ୍ୟା ଉପରେ ଜିଲ୍ଲାପାଳଙ୍କୁ ଅବଗତ କରିଥିଲେ । ଜିଲ୍ଲାପାଳ ଶିବିର ଶେଷ ପରେ ସେହି ଜନଜାତି ପରିବାର ଘରକୁ ଦେଖିବାକୁ ଯାଇଥିଲେ । ସେଠାରେ ଜିଲ୍ଲାପାଳ ପରିବାରଠାରୁ ବୁଝି ଜାଣିଥିଲେ ଯେ ବାସଗୃହ ଘରଡିହ ଆଦି ମୌଳିକ ସୁବିଧାରୁ ବଂଚିତ ଅଛନ୍ତି । ଏତତ ବ୍ୟତୀତ ସୁନ୍ଦର ମାଝୀଙ୍କ ସ୍ତ୍ରୀ ପଦୁକା ମାଝୀ ଗଳଗଣ୍ଡରେ ପିଡୀତ ଅଛନ୍ତି । ଖଟ ନଥିବାରୁ ଭୂମିଉପରେ ଶୟନ କରି ଯନ୍ତ୍ରଣା ପାଉଥାନ୍ତି । ଜିଲ୍ଲାପାଳ ଗଳଗଣ୍ଡ ରୋଗର ଚିକିତ୍ସା ପାଇଁଁ ତୁରନ୍ତ ପଦକ୍ଷେପ ନେଇଥିଲେ । ଆଜି ଅଭିଯୋଗ ଶୁଣାଣୀ ଶିବିରରେ ୪ ଡିସମିଳ ଘରଡିହ ପଟା ପ୍ରଦାନ କରିଛନ୍ତି । ନୂଆପଡ଼ାରେ ଯୋଗଦାନ ଦିନଠାରୁ ଜିଲ୍ଲାପାଳ ଜିଲ୍ଲାର ବିଭିନ୍ନ ବିଭାଗ ସହିତ ସମନ୍ୱୟ ରକ୍ଷା କରି ତୁରନ୍ତ ସମାଧାନ କରୁଥିବା ଜଣାଯାଏ । ଜିଲ୍ଲାପାଳ ଅତିରିକ୍ତ ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ପରିବେଶ ରକ୍ଷା ବୃକ୍ଷ ରୋପଣ ତଥା ପ୍ରତ୍ୟେକ ପଞ୍ଚାୟତରେ ଝିଅ ପାଇଁ ଗଛଟିଏ ବେଟି ସୁରକ୍ଷା ଓ ପରିବେଶ ରକ୍ଷା ବାର୍ତ୍ତା ଉପରେ ଗୁରୁତ୍ୱ ଦେଉଥିବାର ଜଣାଯାଏ । ଆଜିର ଅଭିଯୋଗ ଶୁଣାଣୀ ଶିବିରରେ ଗଣତନ୍ତ୍ର ରାଜ୍ୟର ଚତୁର୍ଥ ସ୍ତମ୍ଭ ଉପରେ ପ୍ରଶଂସା କରିବା ସହ ଚତୁର୍ଥ ସ୍ତମ୍ଭ ଏହି ପରି ସମସ୍ୟା ସମାଧାନ ଦିଗରେ ସହଯୋଗ ଓ ଲୋକ ଲୋଚନକୁ ଆଣିବାକୁ ପରାମର୍ଶ ପ୍ରଧାନ କରିଥିଲେ । ନିଜେ ପାଣିରେ ଭିଜି ଜନଜାତି ପରିବାରର ସମସ୍ୟା ସମାଧାନକୁ ନିଜର ଦାୟିତ୍ଵ ଓ କର୍ତ୍ତବ୍ୟ ବୋଲି କହିଥିଲେ । ସୁନ୍ଦୁର ମାଝୀ ଓ ପଦୁକା ମାଝୀ ଆଜି ଶିବିରରେ ଆବାସ ଯୋଜନାରେ ସାମିଲ କରିବାକୁ ଜିଲ୍ଲାପାଳଙ୍କୁ ନିବେଦନ କରିଥିଲେ । ଏଥିରେ ଜିଲ୍ଲାପାଳ ପ୍ରଥମ ପର୍ଯ୍ୟାୟରେ ଘର ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିବା ଜଣାଯାଏ । ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳଙ୍କୁ ଜିଲ୍ଲାରେ ବହୁତ ବହୁତ ପ୍ରଶଂସା ଓ ଚର୍ଚ୍ଚା କରାଯାଉଥିବା ଦେଖିବାକୁ ମିଳୁଛି ।