ବରଗଛରେ ଗାମୁଛା ଲଗାଇ ବ୍ୟକ୍ତିଙ୍କ ଆତ୍ମହତ୍ୟା

ସଇଁତଲା,(ପ୍ରଶାନ୍ତ କୁମାର ମେହେର) : ସଇଁତଲା ଥାନା ଟିକ୍ରାପଡା ଫାଣ୍ତି ଅଧିନ ଟିକ୍ରାପଡା ଗ୍ରାମର ବଳଦେବ ରଣା (୫୨) ଗୁରୁବାର ବିଳମ୍ବିତ ରାତ୍ରୀରେ ଗାଁ ମୁଣ୍ତ ବରଗଛ ଛକ ସ୍ଥିତ ବରଗଛରେ ବେକରେ ଗାମୁଛା ଦେଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ପାରିପାର୍ଶ୍ବିକ ପରିସ୍ଥିତିରୁ ଏହା ଏକ ଆତ୍ମହତ୍ୟା ଘଟଣା ବୋଲି ପୋଲିସ କହିଛି । ଏ ନେଇ ବଳଦେବଙ୍କ ସ୍ତ୍ରୀ ବନିତା ରଣା ଟିକ୍ରାପଡା ଫାଣ୍ତିରେ ଶୁକ୍ରବାର ସକାଳେ ଲିଖିତ ଭାବେ ଅଭିଯୋଗ କରିଛନ୍ତି । ଟିକ୍ରାପଡା ଫାଣ୍ତି ପୋଲିସ ଘଟଣା ସ୍ଥଳରୁ ଶବ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ଶବକୁ କଣ୍ଟାବାଞ୍ଜି ପଠାଇଥିଲେ । ପରେ ଶବକୁ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା । ଆତ୍ମହତ୍ୟାର କାରଣ ଅଷ୍ପଷ୍ଟ ରହିଛି ବୋଲି ସୂଚନା ମିଳିଛି। ଅଧିକ ତଦନ୍ତ ଚାଲୁ ରହିଛି ବୋଲି ଟିକ୍ରାପଡା ଫାଣ୍ତି ଅଧିକାରୀ ଆଦିତ୍ୟ ପ୍ରସାଦ ସାହୁ ପ୍ରକାଶ କରିଛନ୍ତି । ବଳଦେବଙ୍କ ୨୦ ଓ ୨୨ ବର୍ଷ ବୟସ୍କ ଦୁଇ ଝିଅଙ୍କ ବାହାଘର ସରିଥିବା ବେଳେ ୧୬ ଓ ୧୮ ବର୍ଷର ଦୁଇ ଅବିବାହିତ ପୁଅ ଘରେ ଅଛନ୍ତି ।

Leave A Reply

Your email address will not be published.