
ଭୁବନେଶ୍ୱର : ବରିଷ୍ଠ ଆଇଏଏସ୍ ନିକୁଞ୍ଜ ଧଳ ହେଲେ ସ୍ୱତନ୍ତ୍ର ରିଲିଫ କମିଶନର(ଏସ୍ଆର୍ସି) । ପ୍ରଦୀପ ଜେନା ମୁଖ୍ୟ ଶାସନ ସଚିବ ହେବା ପରେ ନିକୁଞ୍ଜଙ୍କୁ ଏହି ଦାୟିତ୍ବ ଦିଆଯାଇଛି । ଏଥିସହ ନିକୁଞ୍ଜଙ୍କୁ ଏସିଏସ୍ ପାହ୍ୟା ମିଳିଛି । ଶକ୍ତି ସହ ଅବକାରୀ ସଚିବ ଦାୟିତ୍ବରେ ସେ ରହିବେ । ଗ୍ରୀଡକୋ ଏବଂ ଓବିସିଏଲ୍ ଅଧ୍ୟକ୍ଷ ଦାୟିତ୍ୱରେ ମଧ୍ୟ ରହିବେ । ସାଧାରଣ ପ୍ରଶାସନ ପକ୍ଷରୁ ଏ ନେଇ ବିଜ୍ଞପ୍ତି ଜାରି କରାଯାଇଛି ।