centurian jitm

ବଲାଙ୍ଗିରରେ ଶ୍ରମିକ ଦିବସ ପାଳିତ

nschool
  • ଶ୍ରମିକମାନେ ସଂଗଠିତ ହୋଇ ଲଢେଇ କରିବାକୁ ଆହ୍ୱାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଟାଉନ ହଲଠାରେ ବଲାଙ୍ଗିର ରାଜମିସ୍ତ୍ରୀ ନିର୍ମାଣ ଶ୍ରମିକ ସଂଘ ତରଫରୁ ଶ୍ରମିକ ଦିବସ ମହାସମାରୋହରେ ପ।ଳିତ ହୋଇଯାଇଛି । ସଂଗଠନର ସଭାପତି ଶମ୍ଭୁ ନାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ସଭାରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ମୁଖ୍ୟବକ୍ତା ଭାବେ ସାମାଜିକ କର୍ମୀ ଗୌତମ କ୍ଷେତୀ ଓ ସମ୍ମାନୀତ ଅତିଥି ଭାବେ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ଯୋଗ ଦେଇଥିବା ବେଳେ କାଉନସିଲର କିଶୋର କୁମ୍ଭାର, ଆୟୋଜକ କମିଟିର ସଭାପତି ମୂରଲୀ ମହାକୁର ଓ ସଂଘର ସମ୍ପାଦକ ହରେକୃଷ୍ଣ ମହାନନ୍ଦ ପ୍ରମୁଖ ମଂଚାସୀନ ଥିଲେ । ସଭାରେ ମୁଖ୍ୟ ଅତିଥି କହିଥିଲେ, ବଲାଙ୍ଗିରରେ ରାଜମିସ୍ତ୍ରୀ ସଂଗଠନ ଦିନକୁ ଦିନ ସୁଦୃଢ ହେବାରେ ଲାଗିଛି । ଭବିଷ୍ୟତରେ ଏହି ସଂଗଠନ ଶ୍ରମିକମାନଙ୍କ କଲ୍ୟାଣ ପାଇଁ ତାର କାମ ନିରନ୍ତର ଜାରି ରହିବ । ମୋତେ ଯେଉଁ ସମୟରେ ସାହାଯ୍ୟ ସହଯୋଗ ମାଗିବେ ମୁଁ ପ୍ରସ୍ତୁତ ବୋଲି କହିଥିଲେ । ମୁଖ୍ୟବକ୍ତା ତାଙ୍କ ଅଭିଭାଷଣରେ କହିଥିଲେ, ଶ୍ରମିକମାନେ ସେମାନଙ୍କ ଶ୍ରମର ମୂଲ୍ୟ ଓ ଅଧିକାର ପାଇଁ ସଂଗଠିତ ହୋଇ ଲଢେଇ କରିବା ପାଇଁ ଆହ୍ୱାନ ଦେଇଥିଲେ ଓ ଶ୍ରମ ଆଇନର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ସମ୍ମାନୀତ ଅତିଥି ପୌରାଧ୍ୟକ୍ଷା ତାଙ୍କ ଅଭିଭାଷଣରେ କହିଥିଲେ, ଶ୍ରମିକମାନଙ୍କ ସଂଘର୍ଷ ଓ ବଳିଦାନକୁ ସ୍ମରଣ କରିବା ପାଇଁ ସମଗ୍ର ବିଶ୍ୱର ଶ୍ରମିକ ବର୍ଗ ଶ୍ରମିକ ଦିବସ ପାଳନ କରିଥାନ୍ତି । ରାଜମିସ୍ତ୍ରୀ ନିର୍ମାଣ ଶ୍ରମିକ ସଂଘର ସଦସ୍ୟମାନଙ୍କ ସହିତ ମୁଁ ସବୁବେଳେ ଜଡିତ ହୋଇ ରହିବି । ଏକ ଶ୍ରମିକ ମଙ୍ଗଳ ଭବନ ପାଇଁ ଜମି ଅତିଶୀଘ୍ର ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯିବ ବୋଲି ସେ କହିଥିଲେ । ସଭାପତିତ୍ୱ ଅଭିଭାଷଣରେ ଶ୍ରୀ ନାଗ କହିଥିଲେ, ଆମେ ସଂଗଠିତ ହୋଇ ଅତୀତରେ ଲଢେଇ କରିଥିବାରୁ ପ୍ରଶାସନ ସମ୍ପ୍ରତି ଆମ ସଂଘକୁ ଯଥେଷ୍ଟ ଗୁରୁତ୍ୱ ଦେଉଛି । ସରକାରଙ୍କ ବିଭିନ୍ନ ଯୋଜନାର ସୁଫଳ ଶ୍ରମ ପ୍ରଶାସନ ଜରିଆରେ ଆମ ଶ୍ରମିକମାନେ ପାଇ ପାରୁଛନ୍ତି । ତେଣୁ ପ୍ରଶାସନକୁ ମଂଚରୁ ଶ୍ରୀ ନାଗ ଧନ୍ୟବାଦ ଦେଇଥିଲେ । ଆଗାମୀ ଦିନରେ ମଧ୍ୟ ଆମେ ଏକଜୁଟ୍‌ ହୋଇ ହକ୍‌ ପାଇଁ ଲଢେଇ କରିବା ବୋଲି ସେ ଆହ୍ୱାନ ଦେଇଥିଲେ । ଶେଷରେ ମୂରଲୀ ମହାକୁର ଧନ୍ୟବାଦ ଦେଇଥିଲେ । ସଭା ପୂର୍ବରୁ ସ୍ଥାନୀୟ କୋଶଳ କଳା ମଣ୍ଡପ ପଡିଆରୁ ହଜାର ହଜାର ଶ୍ରମିକ ସହର ପରିକ୍ରମା କରିବା ପରେ ଟାଉନ ହଲଠାରେ ପହଂଚିଥିଲେ । କାର୍ଯ୍ୟକ୍ରମକୁ ସଫଳ କରିବାରେ ସାରଥୀ ପ୍ରଧାନ, ରାମଚନ୍ଦ୍ର ପ୍ରଧାନ, ପ୍ରସନ୍ନ ରଣା, ବିଜୟ ମହାନନ୍ଦ, ଅନୀଲ ରଣା, ସୁରେଶ ମହାକୁର, ପଦ୍ମଲୋଚନ ସାଏ, ଅଭେଲ ନାଗ, ଗଗନ ସାହୁ, ଗଜେନ୍ଦ୍ର ବଗର୍ତ୍ତି, ସତ୍ୟ ବଗର୍ତ୍ତିର୍, ନାରାୟଣ ସ୍ୱାଇଁ, ହରିବନ୍ଧୁ ଧରୁଆ, ରଂଜେ ମୁଣ୍ଡା, ସାରଥୀ ପଟ୍ଟନାୟକ, ଭଗବାନ ବଗର୍ତ୍ତି, ଅର୍ଜୁନ ରଣା, ଗିରି ସିଂ, ଗଂଗାଧର କାଲସାଏ, ଅନୀଲ ମେହେର, ତୁଳସୀ ଛତ୍ରିଆ, କିଷାନ ମନହୀରା ଓ ଲକ୍ଷ୍ମଣ ସ୍ୱାଇଁ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

Leave A Reply

Your email address will not be published.