oom

କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ପକ୍ଷରୁ ରେଜାଙ୍ଗଲା ଶୌର୍ଯ୍ୟ ଦିବସ ପାଳିତ

jsmm

ଭବାନୀପାଟଣା, (ପି.କେ.ସାହୁ) : କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ପକ୍ଷରୁ ନର୍ଲା ବ୍ଲକ୍ ବୁଢ଼ୀପଦର ଠାରେ ରେଜାଙ୍ଗଲା ଶୌର୍ୟ୍ୟ ଦିବସ ପାଳିତ ହୋଇଯାଇଛି । ମହାସଭାର ସଂପାଦକ ସଞ୍ଜୟ କୁମାର ଧଙ୍ଗଡ଼ାମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ରେଜାଙ୍ଗଲା ସହିଦଙ୍କ ସ୍ମୃତିଚାରଣ କରାଯାଇଥିଲା । କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ଉପସଭାପତି ସୁନୀଲ କୁମାର ଧଙ୍ଗଡ଼ାମାଝୀ ରେଜାଙ୍ଗଲା ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଅହୀର ରେଜିମେଣ୍ଟ ଗଠନ ଦାବି ଦୋହରାଇଥିଲେ । ଯୁବ ଲେଖକ ସୁଧୀର କୁମାର ଧଙ୍ଗଡ଼ାମାଝୀ ଏହି ଦିବସର ତାତ୍ପର୍ୟ୍ୟ ଉପରେ ଆଲୋକପାତ କରିଥିଲେ । ସଭାରେ ଉପସ୍ଥିତ ଜନତା କ୍ୟାଣ୍ଡେଲ ଜାଳି ଦେଶ ମାତୃକାର ସେବା ପାଇଁ ପ୍ରାଣବଳି ଦେଇଥିବା ବୀର ଜବାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ୧୯୬୨ ନଭେମ୍ବର ୧୮ ତାରିଖରେ ଭାରତ-ଚୀନ ଯୁଦ୍ଧ ସମୟରେ ରେଜାଙ୍ଗଲାରେ ୧୨୦ ଜଣ ବୀର ଭାରତୀୟ ଯବାନ ଅଦମ୍ୟ ସାହସ ଏବଂ ପରାକ୍ରମର ପରିଚୟ ଦେଇ ୧୩୦୦ ଜଣ ଚୀନ ସୈନ୍ୟଙ୍କୁ ନିହତ କରିଥିଲେ । ଏହି ବୀର ଯବାନଙ୍କ ସ୍ମୃତିରେ ରେଜାଙ୍ଗଲାର ଚୁଶୁଲ ଠାରେ ଅହୀର ଧାମ ସ୍ମାରକୀ ନିର୍ମାଣ ହୋଇଛି, ଯାହା ଏହି ବୀର ସୈନିକମାନଙ୍କ ଗାଥା ମନେ ପକାଇଦିଏ । ଏହା ଏପରି ଏକ ଯୁଦ୍ଧ ଥିଲା, ଯେଉଁଠି ବରଫପାତ ସମୟରେ ୧୩୦୦ ଜଣ ଚୀନ ସୈନିକଙ୍କୁ ୧୨୦ ଜଣ ଭାରତୀୟ ସୈନିକ ସାମ୍ନା କରୁଥିଲେ। ରେଜାଙ୍ଗଲା ପୋଷ୍ଟରେ ହୋଇଥିବା ଏହି ଯୁଦ୍ଧରେ ୧୩ କୁମାଉଁ ବାଟାଲିୟନର ୧୨୦ ଜଣ ଯବାନଙ୍କ ମଧ୍ୟରୁ ୧୧୪ ଜଣ ଅହୀର (ଯାଦବ) ଯବାନ ସହିଦ ହୋଇଥିଲେ । ଏହି ବୀର ଯବାନମାନଙ୍କ ସ୍ମୃତିରେ ପ୍ରତିବର୍ଷ ନଭେମ୍ବର ୧୮ ତାରିଖ ଦିନ ରେଜାଙ୍ଗଲା ଶୌର୍ୟ୍ୟ ଦିବସ ପାଳନ କରାଯାଇଥାଏ ।

jittmm
Leave A Reply

Your email address will not be published.