oom

ସମାଜସେବାର ମୂର୍ତ୍ତିମନ୍ତ ପ୍ରତୀକ ଥିଲେ ଲଳିତ ନାୟକ

jsmm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗରିବ ଖଟିଖିଆ‌ଙ୍କ ସାଥୀ ବିଶିଷ୍ଟ ସମାଜସେବୀ ଲଳିତ ନାୟକ‌ଙ୍କ ବିୟୋଗରେ ଗତ‌କାଲି ସନ୍ଧ୍ୟାରେ ଭୁବନେଶ୍ୱରର ଭଞ୍ଜକଳା ମଣ୍ଡପ ଠାରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବହୁ କଳାକାରଙ୍କଠୁ ଆରମ୍ଭ କରି ରାଜନେତା, ମନ୍ତ୍ରୀ, ସମାଜସେବୀ ଏବଂ ସମାଜର ବିଭିନ୍ନ ବର୍ଗର ବହୁ ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ଯୋଗଦେଇ ସ୍ୱର୍ଗତ ନାୟକଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ନିରବ ପ୍ରାର୍ଥନା କରିବା ସହିତ ଭକ୍ତିପୂକ୍ତ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ସ୍ୱର୍ଗତ ନାୟକ ଓଡ଼ିଶାକୁ ନିଜ ପରିବାର ଭାବୁଥିଲେ । ବଲାଙ୍ଗୀରରେ ସ୍ୱର୍ଗତ ନାୟକଙ୍କ ଶବ ଶୋଭାଯାତ୍ରାରେ ଯେପରି ହଜାର ହଜାର ଲୋକ ସାମିଲ ହୋଇଥିଲେ ସେଥିରୁ ଜଣାପଡୁଥିଲା ସେ କିଭଳି ଭାବେ ଲୋକଙ୍କ ହୃଦୟ ଭିତରେ ସ୍ଥାନ ପାଇଥିଲେ । ତାଙ୍କ ପାର୍ଥିବ ଶରୀର ଇହଧାମ ତ୍ୟାଗ କରିଥିଲେ ମଧ୍ୟ ଦରଦୀ ମଣିଷ ଭାବେ ଲୋକଙ୍କ ମନ ଓ ହୃଦୟରେ ସବୁଦିନ ପାଇଁ ସେ ରହିଥିବେ ବୋଲି ବକ୍ତାମାନେ ମତପ୍ରକାଶ କରିଥିଲେ । ଏହି ସଭାରେ ଶକ୍ତିମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ର, ପରିବହନମନ୍ତ୍ରୀ ପଦ୍ମନାଭ ବେହେରା, ସାଂସଦ ଡ. ଅଚ୍ୟତ ସାମନ୍ତ, ଖଣ୍ଡପଡା ବିଧାୟକ ସୈାମ୍ୟରଞ୍ଜନ ପଟ୍ଟନାୟକ, ବଲାଙ୍ଗିରର ପୂର୍ବତନ ସାଂସଦ କଳିକେଶ ସିଂହଦେଓ, ଓଡିଶା ପର୍ୟ୍ୟଟନ ବିକାଶ ନିଗମର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ସଙ୍ଗୀତଜ୍ଞ ପ୍ରଣବ ପଟ୍ଟନାୟକ, କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟ ଅଲ୍‌ ଓଡିଶା ଟ୍ରାନସଜେଣ୍ଡର ଆସୋସିଏସନ୍‌ ସମ୍ପାଦିକା ମେଘନା ସାହୁ, ଖୋର୍ଦ୍ଧା ବରିଷ୍ଟ ସାମ୍ବାଦିକ ଅରବିନ୍ଦ ଦାସ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ନାୟକଙ୍କ ଲୋକସମ୍ପର୍କ, ସମାଜସେବା ଏବଂ ଜୀବନୀ ସମ୍ପର୍କରେ ମତ ରଖିଥିଲେ ।

jittmm
Leave A Reply

Your email address will not be published.