
ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : କିଛି ଦିନ ପୂର୍ବେ ଛାତ୍ରଛାତ୍ରୀଙ୍କ ବୋର୍ଡ ପରୀକ୍ଷା ଶେଷ ହୋଇଛି । ଅଭିଭାବକ ଓ ବିଦ୍ୟାର୍ଥୀଙ୍କ ଚିନ୍ତା ଆଗକୁ କେଉଁ ପାଠ ପଢିବେ ବା ପଢ଼ାଇବେ । ଦଶମ ବୋର୍ଡ ପରୀକ୍ଷା ପରେ ଏହି ଚିନ୍ତା ସମସ୍ତ ଅଭିଭାବକଙ୍କ ମୂଳ ସମସ୍ୟା । ଏହାକୁ ଆଖି ଆଗରେ ରଖି ଗୁରୁବାର ସକାଳେ ଏକ କ୍ୟାରିଅର କାଉନସେଲିଂ କାର୍ଯ୍ୟକ୍ରମ ସ୍କୁଲର ଚିଫ୍ ଏକାଡେମୀକ ଏଡ୍ଭାଇଜର ରବିନ ଚନ୍ଦ୍ର ପରିମାଣିକଙ୍କ ସଭାପତିତ୍ୱରେ ସ୍ଥାନୀୟ ଚାହାରଭଟା ସ୍ଥିତ ଓମ୍ ଭ୍ୟାଲି ସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଶିକ୍ଷାବିତ୍ ଡ ଅନିଲ ପତି ଯୋଗଦେଇ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ ଆଗାମୀ ଦିନରେ କେଉଁ ପାଠ ପଢିବେ ସେ ଦିଗରେ ଦିଗଦର୍ଶନ ଦେଇଥିଲେ । ଯେଉଁ ବିଷୟରେ ଛାତ୍ରଛାତ୍ରୀଙ୍କ ରୁଚି ରହୁଛି ସେହି ବିଷୟରେ ମନଦେଇ ପାଠ ପଢ଼ିବାକୁ ସମସ୍ତଙ୍କୁ କହିଥିଲେ । ସେ କଳା ହେଉ କି ବିଜ୍ଞାନ ହେଉ କି ବାଣିଜ୍ୟ ହେଉ କି ଅନ୍ୟ ବିଷୟରେ ପାଠପଢା ହେଉ ଯେଉଁଥିରେ ଭଲ କରିପାରିବ ସେହି ପାଠ୍ୟକ୍ରମକୁ ଚୟନ କରି ନିଜର ଭବିଷ୍ୟତ ଆଡ଼କୁ ଅଗ୍ରସର ହେବାକୁ ପରାମର୍ଶ ଦେଇଥିଲେ । ବାହାରକୁ ନ ଯାଇ ଟିଟିଲାଗଡ଼ ସହରର ପ୍ରତିଷ୍ଠିତ ଓମ ଭ୍ୟାଲି ସ୍କୁଲରେ ମଧ୍ୟ ଯୁକ୍ତଦୁଇ ବିଭିନ୍ନ ବିଭାଗରେ ସିବିଏସ୍ଇ ପାଠ୍ୟକ୍ରମ ଉପଲବ୍ଧ ରହିଛି ଏବଂ ଏହାର ଲାଭ ଉଠାଇବାକୁ କହିଥିଲେ ଚିଫ୍ ଏକାଡେମିକ ଏଡଭାଇଜର ଶ୍ରୀଯୁକ୍ତ ପାରିମାଣିକ । ଏଠାରେ ଶିକ୍ଷା ସହ ବିଭିନ୍ନ ଖେଳ ଦିଗରେ ମଧ୍ୟ ବିଦ୍ୟାର୍ଥୀଙ୍କୁ ଟ୍ରେନିଂ ଦିଆଯାଇଥାଏ । ଏହି ଅବସରରେ ସ୍କୁଲ ବୋର୍ଡ ମେମ୍ବର ପ୍ରଦୀପ ମହାନ୍ତି ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସ୍କୁଲର କୋର୍ଡିନେଟର ସସ୍ମିତା ଦଳେଇ, ଶିକ୍ଷକ ସିଦ୍ଧାନ୍ତ ମିଶ୍ର, ରାଜେଶ ପାତ୍ର, ପ୍ରତାପ କୁମାର ସାହୁ, ଅଭିଳାଷ ମହାପାତ୍ର ଓ ସ୍କୁଲର ଅନ୍ୟାନ୍ୟ ଶିକ୍ଷକଶିକ୍ଷୟିତ୍ରୀମାନେ ପରିଚାଳନା କରିବାରେ ସହଯୋଗ କରିଥିଲେ ।