oom

ବୁଣାକାର ସଚେତନତା ଶିବିର ଅନୁଷ୍ଠିତ

jsmm

ସିନାପାଲି, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣପଡା ଗ୍ରାମଠାରେ ବଜରଙ୍ଗ ଡବ୍ଲୁସିଏସ୍ କମିଟି ଆନୁକୂଲ୍ୟରେ ବୁଣାକାର ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ବୁଣାକାରମାନଙ୍କୁ ରାଜ୍ୟ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ସହାୟତା କରୁଥିବା ନେଇ ସଚେତନତା କରାଯାଇଥିବା ବେଳେ ବୁଣାକାରମାନେ କିଭଳି ସେହି ଯୋଜନାରେ ସାମିଲ ହୋଇ ସହାୟତା ପାଇଁ ପାରିବେ ସେନେଇ ସଚେତନ କରାଯାଇଥିଲା । ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ପଶ୍ଚିମ ଓଡିଶା ବିକାଶ ପରିଷଦ ସଦସ୍ୟା ମନ୍ଦାକିନୀ ବଘେଲ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ପ୍ରଶାନ୍ତ କୁମାର ବାରିକ, ବିକ୍ରମ କଢେଇ, ସୁମିତ କୁମାର ଅଗ୍ରୱାଲ, ଆନନ୍ଦ ବିହାରୀ, ତନ୍ତୁବାୟ ସମ୍ପାଦକ ହିରାଲାଲ ମେହେର ମଞ୍ଚାସୀନ ଥିଲେ । ଏହି କାର୍ଯ୍ୟକ୍ରମରେ ବଜରଙ୍ଗ ତନ୍ତୁ ସହଯୋଗ ସମିତି ସମ୍ପାଦକ ଭାସ୍କର କଶ୍ୟପ ମଞ୍ଚ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ଗଜିନ୍ଦ୍ର କଶ୍ୟପ, ନିଲାମ୍ୱର କଶ୍ୟପ, ସୁମିତା କଶ୍ୟପ, ଗଜପତି କଶ୍ୟପଙ୍କ ସହ ଉକ୍ତ କମିଟିର ଅନ୍ୟାନ୍ୟ ସଦସ୍ୟ ସହଯୋଗ କରିଥିଲେ । ଏହି ଶିବିରରେ ଆଖପାଖ ଅଞ୍ଚଳର ଶତାଧିକ ବୁଣାକାର କର୍ମକର୍ତ୍ତା ଉପସ୍ଥିତ ଥିଲେ । ଶେଷରେ ବିକ୍ରମ କାର୍ନେଲ୍ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.