csstore

ଆଗଲପୁର ବ୍ଲକସ୍ତରୀୟ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ପଂଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦେବକୀ ସାହୁ ଯୋଗ ଦେଇଥିଲେ । ସମ୍ମାନିତ ଅତିଥିଭାବେ ଜିଲ୍ଲା ପରିଷଦ ସଭ୍ୟା ଜୋନ ୨ର ବୀଣାପାଣି ଦାସ, ବ୍ଲକ ଉପାଧ୍ୟକ୍ଷା ଶ୍ରୀମତୀ ନିରୁପମା ପଧାନ, ଡିଏସ୍‌ଏସ୍‌ଓ ମଦନଜିତ ହୋତା, ଆଗଲପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ କୁଳଦୀପ ମହାନ୍ତି, ସବ୍‌ଡିଭିଜ୍‌ନାଲ ସୋସିଆଲ ସୁରକ୍ଷା ଅଧିକାରୀ ସୁମିତ୍ରା ଖୋରା, ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଥମେ ଅତିଥିମାନଙ୍କ ଦ୍ୱାରା ଶିବିରରେ ଭୀମଭୋଇଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ଦୀପ ପ୍ରଜ୍ୱଳନ କରି ଶିବିରଟିକୁ ଉଦ୍‌ଘାଟନ କରାଯାଇଥିଲା । ପରେ ପରେ ଏକ ସଭାର ଆୟୋଜନ କରାଯାଇଥିଲା । ଆଗଲପୁର ବ୍ଲକର ଭାରପ୍ରାପ୍ତ ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ସୁଶାନ୍ତ ମହାକୁର ସଂଯୋଜନା କରିଥିବା ବେଳେ ଯୁବ ସମାଜସେବୀ ସରୋଜ ମହାକୁର ମଂଚ ପରିଚାଳନା କରିଥିଲେ । ବୟସ୍କ ଲୋକମାନଙ୍କ ପାଇଁ ଭ୍ରାମ୍ୟମାଣ ଚିକିତ୍ସା ସେବା ପଲ୍ଲୀ ଆଲୋକ ପାଠାଗାର ନଅଗାଁ (ଖ) ତରଫରୁ ଏକ ଷ୍ଟଲ ଖୋଲି ଚିକିତ୍ସା ଯୋଗାଉଥିବା ଦେଖିବାକୁ ମିଳିଥିଲା । ଏହି ଭିନ୍ନକ୍ଷମ ସାମର୍ଥ୍ୟ ଶିବିରକୁ ବହୁ ଭିନ୍ନକ୍ଷମ ଯୁବକ, ଯୁବତୀ, ବୃଦ୍ଧ, ବୃଦ୍ଧା, ଛୋଟ ଛୋଟ ଶିଶୁମାନେ ଆସି ନିଜ ନିଜ ନାମ ପଞ୍ଜିକରଣ କରି ଡାକ୍ତରଙ୍କ ପରାମର୍ଶ ନେଉଥିବା ଦେଖିବାକୁ ମିଳିଥିଲା । ବହୁ ଦୂର ଦୂରାନ୍ତରରୁ ଭିନ୍ନକ୍ଷମମାନେ ଲମ୍ବା ଲାଇନରେ ଛିଡା ହୋଇ ନିଜ ନିଜ ସମସ୍ୟା ବିଷୟରେ ଜଣାଇବାକୁ ଅପେକ୍ଷା କରିଥିବାର ଦେଖିବାକୁ ମିଳିଥିଲା । ସର୍ବମୋଟ ୩୪୦ ଜଣ ଭିନ୍ନକ୍ଷମ ବ୍ୟକ୍ତି ନାମ ପଞ୍ଜିକରଣ କରିଥିବା ସୂଚନାରୁ ପ୍ରକାଶ ।

jayashree
Leave A Reply

Your email address will not be published.