oom

କୁନବିହାରୀ ଦାସଙ୍କ ଜନ୍ମଦିନରେ ରକ୍ତଦାନ ଶିବିର ଆୟୋଜିତ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ରାଜ୍ୟ ଯୁବ କଲ୍ୟାଣ ପରିଷଦର କାର୍ଯ୍ୟ ନିର୍ବାହୀ ଅଧ୍ୟକ୍ଷ, ରାଜ୍ୟ ବିଜୁ ଜନତା ଦଳର ସଂପାଦକ, ମୋ ପରିବାରର ସଂଯୋଜକ ତଥା ଅନୁଗୁଳ ଜିଲ୍ଲାର ସହପର୍ଯ୍ୟବେକ୍ଷକ କୁନବିହାରୀ ଦାସଙ୍କ ୫୪ତମ ଜନ୍ମ ଦିବସ ପାଳନ ଅବସରରେ ‘କୁନଭାଇ ଫ୍ୟାନ୍ସ କ୍ଲବ’ ତରଫରୁ ଏକ ରକ୍ତଦାନ ଶିବିର ସେକ୍ଟର ୨ କମ୍ୟୁନିଟି ସେଣ୍ଟରଠାରେ ଅନୁଷ୍ଠିତ ହୋଇଯାଇଛି । ଫ୍ରାନ୍ସ କ୍ଲବର ଆବାହକ ଶଙ୍କର ଜେନାଙ୍କ ଆବାହକତ୍ୱ ଓ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅର୍ବାନ କୋ-ଅପରେଟିଭ ବ୍ୟାଙ୍କର ସଭାପତି ଦିଲ୍ଲୀପ ମହାପାତ୍ର, ସମାଜସେବୀ ମୀନତି ଦେବତା, ଜଶବିନ୍ଦର ସିଂ ଗୋଲଡି, କବି କୁଞ୍ଜବିହାରୀ ରାଉତ, ଜାହାଙ୍ଗିର ହକ୍, ସୁନିଲ୍ କୟାଲ, ପମି ମାରୋଠିଆ, ବିଶ୍ୱରଂଜନ ବେହୁରିଆ, ନୃସିଂହ ଚରଣ ନାୟକ, ଦିଲ୍ଲୀପ ମହାନ୍ତି, ଗୌତମ ବାଡା ପ୍ରମୁଖ ଅତିଥି ଭାବେ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିବା ସହ କାର୍ଯ୍ୟକ୍ରମରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ କୁନବିହାରୀ ଦାସ ଓ ସୁଶ୍ରୀ ସିପ୍ରାତନୟା ଜେନାଙ୍କ ଜନ୍ମ ଦିବସ ଉପଲକ୍ଷେ କେକ୍ କଟାଯାଇ ଉପସ୍ଥିତ ଅତିଥି ଓ ରକ୍ତଦାତାଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମରେ ସୁଶ୍ରୀ ସିପ୍ରାତନୟାଙ୍କ ସମେତ ୫୪ ଜଣ ରକ୍ତଦାନ କରିଥିଲେ । ଏହି ରକ୍ତଦାନ ଶିବିରକୁ ରକ୍ତଭଣ୍ଡାରର ଡାକ୍ତର ପି.କେ. ଦାସ, ପବିତ୍ର ପଲେଇ, ଶିବରାମ ସ୍ୱାଇଁ, ଦିଲ୍ଲୀପ ପୋଥାଳ, ଚୈତନ୍ୟ ମହନ୍ତ ଓ ଫ୍ୟାନ୍ସ କ୍ଲବର ପ୍ରଣତୀ ଜେନା, ମମତା ନାୟକ, ଶାନ୍ତିଲତା ବାରିକ, ଲୀନା ତ୍ରିପାଠୀ, ସୁନିତା ଶ୍ରୀନିବାସନ, ଦେବସ୍ମିତା ଶତପଥୀ, ସଞ୍ଚୟ ପ୍ରଧାନ, ନରେନ୍ଦ୍ର ସିଂ କାହ୍ଲା, ଆଦିତ୍ୟ ବାରିକ, ସୁମନ୍ତ ଜେନା, ରଞ୍ଜନ ବାରିକ, ବାବୁ ଖାନ, ଅରୁ ମହାପାତ୍ର, ଗଣେଶ ରାଉତ, କୁନା ସାହୁ, ପି କେ ବିହାରୀ, ଧୀରେନ୍ଦ୍ର ସ୍ୱାଇଁ, ଦୁର୍ଯ୍ୟୋଧନ ବେହେରା, ବିରେନ ପତି, ପିଣ୍ଟୁ ଧଳସାମନ୍ତ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସୂଚନା ଯୋଗ୍ୟ ଯେ କୁନବିହାରୀ ମୂଳତଃ ରାଉରକେଲା ବାସିନ୍ଦା ହୋଇଥିବା ବେଳେ ସଂପ୍ରତି ସେ ରାଜ୍ୟ ରାଜନୀତିରେ ଚର୍ଚ୍ଚିତ ଚେହେରା ପାଲଟିଛନ୍ତି ।

jittmm
Leave A Reply

Your email address will not be published.