ବୀର ସୁରେନ୍ଦ୍ର ସାଏ ଓ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୬ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ ରକ୍ତଦାନ ଶିବିର

କଂଟାବାଂଜି, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଚଟୁଅନକା ପଂଚାୟତ ବେହେରେନସିଲେଟ ଗାଁର ଡ. ଆମ୍ବେଦକର କ୍ଲବ ଦ୍ୱାରା ସୋମବାର ଦିନ ଏକ ରକ୍ତଦାନ ଶିବିର କଂଟାବାଂଜି ସ୍ଥିତ ବିଜୁ ପଟ୍ଟନାୟକ ରକ୍ତ ଭଣ୍ଡାରରେ ଅନୁଷ୍ଠିତ ହୋଇଯାଇଛି । ସ୍ୱାଧିନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁବାଷ ବୋଷଙ୍କ ୧୨୬ତମ ଜନ୍ମ ଜୟନ୍ତୀ ଅବସରରେ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । କ୍ଲବର ୪୦ଜଣ ସଦସ୍ୟ ସହ ବିଭିନ୍ନ ସାମାଜିକ କର୍ମୀ ରକ୍ତଦାନ କରିଥିଲେ । ଏହି ଶିବିରକୁ ପୂର୍ବତନ ବିଧାୟକ ଅୟୁବ ଖାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଫିରୋଜ ଖାନ, ଚାଉଲସୁଖା ସମିତି ସଭ୍ୟ ଗିରିରାଜ ସିଂ ମାଝି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ରକ୍ତଦାନ ଶିବିରକୁ ସୁରଦାଶ ବାଗ, ସଂପାଦକ ରାଜୁ ଶବର, ଆଶିଷ ଖାଇତାନ, ରୋହନ ମହତ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ସେହିପରି ସ୍ଥାନୀୟ କେ.ଭି. ମହାବିଦ୍ୟାଳୟରେ ମଧ୍ୟ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ବଳିଦାନ ଦିବସ ପାଳନ ଅବସରରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି । ଏହି ଶିବିରକୁ ସ୍ଥାନୀୟ ବିଧାୟକ ସନ୍ତୋଷ ସିଂ ସାଲୁଜା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ତୁରେକେଲା ବ୍ଲକ ବିଡିଓ ଦେବାଶିଷ ସାମଲ, କଲେଜ ଅଧ୍ୟକ୍ଷ ସତ୍ୟବ୍ରତ ମିଶ୍ର, ଧାମନଡଙ୍ଗା ସଂରପଂଚ ଶ୍ରୀମତୀ ଆରତୀ ସୁନା ଯୋଗ ଦେଇଥିଲେ । ଏହି ରକ୍ତଦାନ ଶିବିରରେ କଲେଜର ୩୬ଜଣ ଯୁବ ଛାତ୍ରଛାତ୍ରୀ ଉତ୍ସାହିତ ହୋଇ ରକ୍ତଦାନ କରିଥିଲେ । ଶିବିରକୁ କଲେଜର ଅଧ୍ୟାପକ ସଂଜୟ କୁମାର ମିଶ୍ର, ରୋହିତ କୁମ୍ଭାର ସହ ଅନ୍ୟ ଅଧ୍ୟାପିକା, ଅଧ୍ୟାପକ ସହଯୋଗ କରିଥିଲେ ।

Leave A Reply

Your email address will not be published.