jayashree

ଗଡ଼ବେଗୁନିଆପଡ଼ାରେ ପରିବେଶ ଭିତ୍ତିକ ଜନ ଶୁଣାଣି

ଡେଲାଙ୍ଗ, (ଦିଲ୍ଲୀପ ଧାଉଡିଆ) : ସମାଜସେବୀ ତପନ ଚନ୍ଦ୍ର ରାୟଙ୍କ ପ୍ରସ୍ଥାବିତ ଡେଲାଙ୍ଗ ତହସିଲ ଅଧିନସ୍ଥ ଗଡବେଗୁନିଆପଡ଼ା ଗ୍ରାମ ନିକଟସ୍ଥ ଦୟାନଦୀର ବାଲିଘାଟ ନିଲାମ ନେଇ ପରିବେଶ ଭିତିକ ଜନ ଶୁଣାଣି ଶିବିର ଶୁକ୍ରବାର ଗଡ ବେଗୁନିଆପଡ଼ା ସ୍ଥିତ ଖେଳ ପଡିଆ ସଲଗ୍ନ ମାର୍କେଟ କମ୍ପ୍ଲେକ୍ସ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ପୁରୀ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଦିଲ୍ଲୀପ କୁମାର ମହାପାତ୍ର, ରାଜ୍ୟ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ ଆଞ୍ଚଳିକ ଅଧିକାରୀ ଡକ୍ଟର ଶୋଭନ ଗିରି, ଡେଲାଙ୍ଗ ତହସିଲଦାର ତଥା ବିଡିଓ ଦିଲ୍ଲୀପ କୁମାର ଷଡଙ୍ଗୀ, ଡେଲାଙ୍ଗ ଥାନା ଆଇଆଇସି ଅନୀଲ କୁମାର ମହାନ୍ତି, ରାଜସ୍ୱ ପର୍ଯ୍ୟବେକ୍ଷକ ମନୋରଞ୍ଜନ ମିଶ୍ର, ସାଊରିଆ ରାଜସ୍ୱ ନିରୀକ୍ଷକ ନଚିକେତା ଦାସ ପ୍ରମୁଖ ଉପସ୍ଥିତ ଥିଲେ । ବାଲିଘାଟରୁ ବାଲି ଉତ୍ତୋଳନ ନେଇ ପରିବେଶ ଭିତ୍ତିକ କି ପ୍ରଭାବ ପଡିବ ସେ ନେଇ ସ୍ଥାନୀୟ ଜନସାଧାରଣଙ୍କ ମତାମତ ନିଆଯାଇଥିଲା । ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣ ପାଇଁ ପରାମର୍ଶ ଦିଆଯାଇଥିଲା । ପ୍ରତିବର୍ଷ ବର୍ଷା ବନ୍ୟାରେ ଦୟାନଦୀ ଶଯ୍ୟା ପୋତି ହୋଇ ପଡୁଥିବାରୁ ଏହାର ଜଳଧାରଣା କ୍ଷମତା ହ୍ରାସ, ନଦୀ ଶଯ୍ୟାର ବାଲିଘାଟରୁ ବାଲି ବିକ୍ରୟ ଦ୍ଵାରା ସରକାରଙ୍କ ରାଜସ୍ୱ ଆୟ ବୃଦ୍ଧି ସହ ସ୍ଥାନୀୟ ଅଞ୍ଚଳର ବିକାଶରେ ସହାୟକ ବୋଲି ମତ ପ୍ରକାଶ ପାଇଥିଲା ।

Leave A Reply

Your email address will not be published.