oom

ସ୍ୱର୍ଗତ ଅଶ୍ୱିନୀ କୁମାର ମହାନ୍ତିଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା

jsmm

ଟିଟିଲାଗଡ, (ପ୍ରମୋଦ କୁମାର ସେଲମା) : ସହରର ବିଶିଷ୍ଟ ସାହିତ୍ୟିକ, ସଂଗଠକ, ଶିକ୍ଷାବିତ୍ ଓ ସାଂସ୍କୃତିକ ପୁରୁଷ ତଥା ବରିଷ୍ଠ ନାଗରିକ ସଂଘ ଟିଟିଲାଗଡର ସଭାପତି ସ୍ୱର୍ଗତ ଅଶ୍ୱିନୀ କୁମାର ମାହାନ୍ତିଙ୍କ ତିରୋଧାନରେ ଶୋକ ପ୍ରକାଶ କରି ସଂଘ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ସ୍ଥାନୀୟ ଜଗନ୍ନାଥ ମନ୍ଦିରଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ସଂଘର ଉପସଭାପତି ସେବକ ଚରଣ ଦାଶଙ୍କ ସଭାପତିତ୍ୱରେ ସଭା କାର୍ଯ୍ୟ ତୁଲାଇ ଥିଲେ । ସ୍ୱର୍ଗତ ମହାନ୍ତିଙ୍କ ସ୍ମୃତି ଚାରଣ ପରିପ୍ରେକ୍ଷୀରେ ଅନୁଷ୍ଠାନର ବରିଷ୍ଠ ସଭ୍ୟ ଯୁଗଳ କିଶୋର ଷଡଙ୍ଗୀ, ସହସଂପାଦକ ଘିନୁ ଆଡଯୁଆଡ, ସଭ୍ୟ ଜ୍ୟୋତି ପ୍ରକାଶ ଗଡତ୍ୟା, ଅକ୍ଷୟ କୁମାର ବେହେରା, ସହ ସଂପାଦକ ବୃନ୍ଦାବନ ଷଡଙ୍ଗୀ, ଆଇନ ପରାମର୍ଶଦାତା ଲକ୍ଷ୍ମୀକାନ୍ତ ମହାପାତ୍ର, ସଭ୍ୟ ଗୌରହରି ବେହେରା, କୋଷାଧ୍ୟକ୍ଷ ରତ୍ନାକର ସାହୁ, ସଭ୍ୟ ରାମଗୋପାଳ ଚୌଧୁରୀ, ଉପସଭାପତି ବୈରିଗଂଜନ ମିଶ୍ର ଓ ସଂପାଦକ ଭିକାରୀ ଚରଣ ମିଶ୍ର ପ୍ରମୁଖ ଦିବଂଗତ ପୁରୁଷଙ୍କ ମହତ୍ କାର୍ଯ୍ୟର ପ୍ରଶଂସା କରିଥିଲେ । ଶ୍ରଦ୍ଧାଞ୍ଜଳି ସଭା ସରିବା ପରେ ସଭାପତି ପଦ ପାଇଁ ସାମ୍ବିଧାନିକ ପଦକ୍ଷେପ ଗ୍ରହଣ କରିବା ପୂର୍ବକ ସଭାପତି ପଦ ପୂରଣ କରାଯାଇ ସେବକ ଚରଣ ଦାଶଙ୍କୁ ସଭାପତି ରୂପେ ସର୍ବସମ୍ମତି କ୍ରମେ ନିର୍ବାଚିତ କରାଗଲା । ଶେଷରେ ସଂପାଦକ ଶ୍ରୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.