oom

ଷଷ୍ଠତମ ଜାତୀୟ ଶାସ୍ତ୍ରୀୟ ସଂଗୀତ ସମାରୋହ ଅନୁଷ୍ଠିତ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ଜଗଦା ସ୍ଥିତ ଜୟଦେବ କଳାବିକାଶ କେନ୍ଦ୍ର ପକ୍ଷରୁ ଷଷ୍ଠତମ ଜାତୀୟ ଶାସ୍ତ୍ରୀୟ ସଂଗୀତ ସମାରୋହ ଜଗଦା ବାଟମଙ୍ଗଳା ସ୍ଥିତ ଶକ୍ତି ପୀଠଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଶରତ କୁମାର ବିଶ୍ୱାଳ, ସାଧାରଣ ସଂପାଦକ ପ୍ରଦୀପ କୁମାର ପଣ୍ଡା ଓ ସାଂସ୍କୃତିକ ସଂପାଦକ ଡା ସୁଶାନ୍ତ କୁମାର ପାଣିଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାଂସଦ ଜୁଏଲ ଓରାମ ମୁଖ୍ୟଅତିଥି ତଥା ବିଶିଷ୍ଟ ଶିକ୍ଷାବିତ୍ ପି ବର୍ଦ୍ଧରାଜନ, ଡଃ ସମର ମୁଦାଲି, ଡଃ ସୁମନ ଦତ୍ତ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଦେଶର ବିଭିନ୍ନ କୋଣ ଅନୁକୋଣରୁ ଆସିଥିବା କଳାକାରମାନଙ୍କୁ ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମର ମୁଖ୍ୟ ସଂଯୋଜକ ଭାବେ ଡଃ ଇଂ ଶ୍ରୀନିବାସ ଘତୁରାୟଙ୍କ ସଂଯୋଜନାରେ ଗୋରଖପୁରର ଗୁରୁ ଶୁଭଙ୍କର ଦେ, ଭୁବନେଶ୍ବରର ଗୁରୁ କୁଳମଣି ସାହୁ, ପୁନେରୁ ଗୁରୁ ନଗେଶ ଆଦଗାଂଓକର, ପୁରୀରୁ ଗୁରୁ ସତ୍ୟ ନାରାୟଣ ଗୁରୁ, ରାୟପୁରରୁ ଗୁରୁ ସକେତ ସାହୁ, ଯାଜପୁରରୁ ଗୁରୁ ସୁଶ୍ରୀ ଲକ୍ଷ୍ମୀପ୍ରିୟା ନାୟକ, ଢେଙ୍କାନାଳରୁ ଗୁରୁ ଜାମିନୀ ରଂଜନ ଦାଶ, କୋଲକାତାରୁ ଗୁରୁ ଅବିର ମୁଖାର୍ଜୀ, ଭୁବନେଶ୍ଵରରୁ ଆକାଶ ରଂଜୀବ ବିଶ୍ବାଳ, କୋଲକାତାରୁ ଗୁରୁ ଶୁଦ୍ଧେନ୍ଦୁ ହାଲଦାର, ଭିଲାଇରୁ ରାମଚନ୍ଦ୍ର ସାର୍ପେ ଓ ସୁଶ୍ରୀ ପୁନମ ସାର୍ପେ, କୋଲକାତାରୁ ସୁଶ୍ରୀ ମଉପାଲୀ ଚୌଧୁରୀ, ପୁରୀରୁ ମାଧବ ଶ୍ରୀଚନ୍ଦନ ସାହୁ, ଢେଙ୍କାନାଳରୁ ସୁଶ୍ରୀ ଅଙ୍କିତା ପଣ୍ଡା, ସୋନପୁରରୁ ଗୁରୁ ରାଜକିଶୋର ପାଢୀ, ପୁରୀରୁ ବଟଗୋପାଳ ତ୍ରିପାଠୀ ଓ ରାଉରକେଲାରୁ ଗୁରୁ ବୀଣାପାଣି ରଥ, ଡା ସୁଶାନ୍ତ କୁମାର ପାଣି, ଗୁରୁ ପ୍ରଦୀପ କୁମାର ପଣ୍ଡା, ଗୌରାଙ୍ଗ ଗୋଛାୟତ, ମନବୋଧ ମିଶ୍ର, ପ୍ରଭାତୀ ମହାପାତ୍ର, ରଜତ ପଣ୍ଡା, ଗଜରାଜ ମୋହିନୀ, ସୁପ୍ରୀତ ପ୍ରିୟଦର୍ଶୀ ପଣ୍ଡା ପ୍ରମୁଖ ବିଭିନ୍ନ ବିଭାଗରେ ଯଥା ହିନ୍ଦୁସ୍ଥାନୀ, ଓଡିଶୀ ଶାସ୍ତ୍ରୀୟ ସଂଗୀତ, ଚମ୍ପୁ, ଗୀତଗୋବିନ୍ଦ, ତାବଲା ବାଦନ, ସୀତାର ବାଦନ, ମାଦଳ ବାଦନ, ସରଙ୍ଗୀ ବାଦନ ଆଦି ପରିବେଷଣ କରିଥିଲେ । ଯାହା ସମସ୍ତ ଶ୍ରୋତା ତଥା ଶାସ୍ତ୍ରୀୟ ସଂଗୀତ ପ୍ରେମୀଙ୍କୁ ମନ୍ତ୍ରମୁଗ୍ଧ କରି ରଖିଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ଉପସଭାପତି ସର୍ବଶ୍ରୀ ରବି ଦାସ, ନରେନ ଦାସ, ଉପଦେଷ୍ଟା ସଂଜୀବ ମହାନ୍ତି, ପ୍ରଭାତ ମହାନ୍ତି, ପରଭେଜ ଅରୋରା, ହୃଷିକେଶ ନାୟକ, କାଶୀନାଥ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.