ସାଂସଦ ସଂଗୀତା ସିଂହଦେଓଙ୍କ ଦ୍ୱାରା କେନ୍ଦ୍ରୀୟ ଯୋଜନାର ସମୀକ୍ଷା

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ମୋଦୀ ସରକାରଙ୍କ କେନ୍ଦ୍ରୀୟ ଅନୁଦାନରେ ସୁବର୍ଣ୍ଣପୁର ଜିଲ୍ଲାରେ ଚାଲିଥିବା ବିଭିନ୍ନ କେନ୍ଦ୍ରୀୟ ଯୋଜନା ସବୁର କାର୍ୟ୍ୟକାରିତା ତଥା ପ୍ରକଳ୍ପ ଗୁଡିକର ଗତି ଓ ସ୍ଥିତି ଉପରେ ଜିଲ୍ଲାର ୩ଟି ବ୍ଲକର ସମୀକ୍ଷା ହୋଇଛି । ବଲାଙ୍ଗୀର ଲୋକସଭା କ୍ଷେତ୍ରର ସାଂସଦ ସଂଗୀତା କୁମାରୀ ସିଂହଦେଓ ଏକ ଦିନିକିଆ ଗସ୍ତରେ ଆସି ଜିଲ୍ଲାର ବିନିକା, ଉଲୁଣ୍ଡା ଓ ବୀରମହାରାଜପୁର ବ୍ଲକର କାର୍ୟ୍ୟ ସମୀକ୍ଷା କରି କେନ୍ଦ୍ରୀୟ ଅନୁଦାନର ସଠିକ ବିନିଯୋଗ, ଯୋଗ୍ୟ ହିତାଧିକାରୀ ଚୟନ ଓ କାର୍ୟ୍ୟାନ୍ବୟନରେ ସ୍ବଚ୍ଛତା ଉପରେ ଗୁରୁତ୍ବାରୋପ କରିଛନ୍ତି । ବିଶେଷକରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ଗ୍ରାମୀଣ ଜଳ ଯୋଗାଣକୁ ତ୍ବରାନ୍ବିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି । ୩ଟି ଯାକ ସମୀକ୍ଷା ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଉଷାକୁମାରୀଙ୍କ ସହ ବ୍ଲକ ଅଧ୍ୟକ୍ଷ ଓ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.