oom

କବି ପ୍ରେମାନନ୍ଦ ବେହେରା ମାନସିଂହ ସ୍ମୃତି ସମ୍ମାନରେ ସମ୍ମାନିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ନନ୍ଦଳା ଗ୍ରାମରେ ଡ଼ଃ.ମାୟାଧର ମାନସିଂହଙ୍କ ପବିତ୍ର ଜନ୍ମମାଟିରେ ମାନସିଂହ ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ ଓ କବିତା ଆସର ଅନୁଷ୍ଠିତ ହୋଇଯାଇଛି । କବି ବିଷ୍ଣୁପ୍ରସାଦ ଦଳେଇଙ୍କ ପୌରହିତ୍ୟିରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ରୂପେ ସୁସହିତ୍ୟିକ ତଥା ଜ୍ଞାନଦୀପ ଅନୁଷ୍ଠାନର ନିର୍ଦେଶକ ଡକ୍ତର ଅଭିମନ୍ୟୁ ଜେନା, ମୁଖ୍ୟ ବକ୍ତା ରୂପରେ ପଦ୍ମପୁର, ବରଗଡ଼ର ସୁସହିତ୍ୟିକ ପ୍ରେମାନନ୍ଦ ବେହେରା ଯୋଗ ଦେଇ ମାନସିଂହ ସାହିତ୍ୟ ଉପରେ ଆଲୋକପାତ କରିଥିଲେ । ବରଗଡ଼ ଜିଲ୍ଲା ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଶିକ୍ଷକ ତଥା କବି ପ୍ରେମାନନ୍ଦ ବେହେରାଙ୍କୁ ନିରବଚ୍ଛିନ୍ନ ସାରସ୍ୱତ ସାଧନା ପାଇଁ ମାନସିଂହ ସ୍ମୃତି ସମ୍ମାନ ୨୦୨୦ ପ୍ରଦାନ କରାଯାଇଥିଲା । ସମ୍ମାନିତ ଅତିଥି ରୂପେ ମାନସିଂହ ହାଇସ୍କୁଲର ପ୍ରଧାନ ଶିକ୍ଷକ ଯୋଗେନ୍ଦ୍ର ନାଥ ନାୟକ, ଲଷ୍ମୀକାନ୍ତ ଦଳେଇ, ପ୍ରଫୁଲ୍ଲ ରଥ, କିଶୋର ଚନ୍ଦ୍ର ବିଷୋୟୀ ପ୍ରମୁଖ ଯୋଗ ଦେଇ ଉତ୍ସବର ଶୋଭା ବର୍ଦ୍ଧନ କରିଥିଲେ । ସଂସଦର ସମ୍ପାଦକ ଲଳିତ କୁମାର ସ୍ୱାଇଁ ସମ୍ପଦକୀୟ ପଠନ କରିବା ସହ ସଂଯୋଜକ ବିଦ୍ୟାଧର ଦଳବେହେରା ଅତିଥି ପରିଚୟ ଏବଂ ବିଭୁତି ହରିଚନ୍ଦନ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.