oom

ପାଟଣାଗଡ଼ ଲାୟନ୍ସ ହୋମ କ୍ଲବ ତରଫରୁ ୩୨୨ ସି ୨ର ଭିଡ଼ିଜି ୧କୁ ସମ୍ବର୍ଦ୍ଧିତ

jsmm

ପାଟଣାଗଡ, (ସଦାଶିବ ସରାଫ୍‌) : ପାଟଣାଗଡ଼ ଲାୟନ୍ସ କ୍ଳବ ପକ୍ଷରୁ ଗୋକୁଳ ରେଷ୍ଟୁରାଣ୍ଟରେ ଲାୟନ୍ସ କ୍ଳବ ସଭାପତି ଲାୟନ କେଶବ ଛାପାଡ଼ିଆଙ୍କ ସଭାପତିତ୍ୱରେ ଏକ ସଭାରେ ନୂତନ କରି ନିର୍ବାଚିତ ହୋଇଥିବା ଲାୟନ ୩୨୨ ସି୨ର ଭିଡିଜି ଏମ୍‌ଜେ ଏଫ୍‌ ପ୍ରଦୀପ କୁମାର ଅଗ୍ରୱାଲଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଉତ୍ସବରେ କ୍ଲବର ସମସ୍ତ ସଦସ୍ୟମାନେ ଉପସ୍ଥିତ ରହି ପ୍ରଦୀପ କୁମାର ଅଗ୍ରୱାଲଙ୍କୁ ସ୍ୱାଗତ କରିଥିଲେ । କ୍ଲବର ବରିଷ୍ଟ ସଭ୍ୟ ଲାୟନ ତୁଷାରକାନ୍ତ ମିତ୍ର ପ୍ରଥମେ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିବା ବେଳେ ଅନ୍ୟତମ ସଭ୍ୟ ଲାୟନ ଶରତ ମେହେର ଫୁଲତୋଡା ଦେଇଥିଲେ । ଏହି ଅବସରରେ ପାଟଣାଗଡ଼ କ୍ଲବର ଲାୟନ ଦର୍ପଗଞ୍ଜନ ପଟ୍ଟନାୟକ, ଲାୟନ ସଦାଶିବ ସରାଫ, ଲାୟନ ଶ୍ରୀକାନ୍ତ ପାତ୍ର, ଲାୟନ ବିରେନ୍ଦ୍ର ପାତ୍ର, ଲାୟନ ଭକ୍ତରାମ ବାଗ, ଲାୟନ ଶରତ ମେହେର, ଲାୟନ ସାରସ ଜୈନ, ଲାୟନ ମହାଦେବ ମେହେରଙ୍କ ସମେତ ସମସ୍ତ ସଦସ୍ୟ ଓ ସଦସ୍ୟାମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ ।

jittmm
Leave A Reply

Your email address will not be published.