csstore

କେନ୍ଦୁପତ୍ର କର୍ମଚାରୀ ଭଗବାନ ଧରୁଆଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ କେନ୍ଦୁପତ୍ର ସେକସନରେ କାର୍ଯ୍ୟରତ କେନ୍ଦୁପତ୍ର କର୍ମଚାରୀ ଭଗବାନ ଧରୁଆଙ୍କର ଚାକିରି କାଳ ଶେଷ ହୋଇଛି । ତାଙ୍କର ଅବସରକାଳୀନ ସମ୍ବର୍ଦ୍ଧନା ସଭା ସଭାପତି ରଘୁନାଥ ବାଗ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ଧରୁଆ ଦୀର୍ଘ ୩୦ବର୍ଷ ଧରି କେନ୍ଦୁପତ୍ର ବିଭାଗରେ କାର୍ଯ୍ୟ କରୁଥିବା ବେଳେ କର୍ମଚାରୀଙ୍କ ମଧ୍ୟରେ ସୁସମ୍ପର୍କ ରଖିବା ସହିତ ପରସ୍ପର ମିଳିମିଶି କାମ କରୁଥିଲେ ବୋଲି ଉପସ୍ଥିତ କର୍ମଚାରୀ ସଂଘର ସଦସ୍ୟମାନେ ମତବ୍ୟକ୍ତ କରିଥିଲେ । ତାଙ୍କୁ ଉପଢୌକନ ଦେଇ ସ୍ୱାଗତ ଜଣାଇବା ସହ ତାଙ୍କର ସୁସ୍ଥ ନିରାମୟ ଜୀବନ ଯାପନ ଦୀର୍ଘାୟୁ କାମନା କରାଯାଇଥିଲା । ଏଥିରେ ପାଟଣାଗଡ଼ କେନ୍ଦୁପତ୍ର ବିଭାଗର ରେଞ୍ଜର୍ ଜଗନ୍ନାଥ ଦାସ ଫରେଷ୍ଟର ପ୍ରିୟବ୍ରତ ସାହୁ, ଅରୁଣ ଛୋରା, କେନ୍ଦୁପତ୍ର ସଙ୍ଘ ସମ୍ପାଦକ ଲଳିତ ମଲ୍ଲିକ, ଗିରିରାଜ୍ ଭୋଇ, ଘନ ଭୁଏ, ସଙ୍ଘ ଉପସଭାତି ରଘୁନାଥ ବାଗ, ପଞ୍ଚାନନ ଧରୁଆ, ରମେଶ ଧରୁଆ, କୀର୍ତ୍ତନ ବରିହା, ଭୋଜରାଜ୍ ବରିହା, କୁଞ୍ଜ ବିହାରୀ ସାହୁ, ରଘୁ ଭୋଇ, ପୂର୍ଣ୍ଣ ବରିହାଙ୍କ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ । ସଂଘର ସଂପାଦକ ଗିରିରାଜ ଭୋଇ ସଭା ପରିଚାଳନା କରିଥିବା ବେଳେ ଲଲିତ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.