ପ୍ରଫେସର ପ୍ରଭୁଦତ୍ତ ହୋତାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ତରଭା, (କେପିଏନ୍‌ଏସ୍‌) : ସ୍ଥାନୀୟ ଏ.ଇ.ଏସ୍. ମହାବିଦ୍ୟାଳୟରେ ପ୍ରାଣୀ ବିଜ୍ଞାନ ବିଭାଗୀୟ ମୁଖ୍ୟ ପ୍ରଫେସର ପ୍ରଭୁଦତ୍ତ ହୋତାଙ୍କ ଉଦ୍ଦେଶ୍ୟରେ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ମିଶ୍ର ସଭାପତିତ୍ୱ କରିଥିବାବେଳେ ପରିଚାଳନା କମିଟି ସଭାପତି ଶୈଳେନ୍ଦ୍ର ସାହୁ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ । ଇଂରାଜୀ ବିଭାଗୀୟ ମୁଖ୍ୟ ପ୍ରଫେସର ଅନୋଜ ଭୁକ୍ତା ଓ ଅର୍ଥନୀତି ବିଭାଗୀୟ ମୁଖ୍ୟ ପ୍ରଫେସର ବିନତୀ ମିଶ୍ର ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ । ଏଥିରେ ପ୍ରଫେସର ଶିବରାମ ମେହେର, ଦେବାଶିଷ ଶତପଥୀ, ରୋହିତ ପଧାନ, ରୋଶନ ମେହେର, ବିଦ୍ୟାପତି ଦାନୀ, ଡ. ସବିତା ମିଶ୍ର ଓ ଡ. ସରୋଜିନୀ ପଧାନ, ମନୋରଞ୍ଜନ ଭୋଇ ପ୍ରମୁଖ ପ୍ରଫେସର ହୋତାଙ୍କ କର୍ମମୟ ଜୀବନର ସ୍ମୃତିଚାରଣ କରିବା ସାଙ୍ଗେ ସାଙ୍ଗେ ଅବସର ପରବର୍ତ୍ତୀ ନିରାମୟ, ସୁଖମୟ ଜୀବନଯାପନର କାମନା କରିଥିଲେ । ଲାଇବ୍ରେରୀଏନ୍ ଦେବେନ୍ଦ୍ର କୁମାର ନାଏକ ମଞ୍ଚ ପରିଚାଳନା ସାଙ୍ଗେ ସାଙ୍ଗେ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଧ୍ୟାପିକା ସୁନିତା ମିଶ୍ର, ସୌମ୍ୟାଶ୍ରୀ ମିଶ୍ର, ଅଧ୍ୟାପକ ପ୍ରଶାନ୍ତ ନାଗ, ଖେଳ ଶିକ୍ଷକ ସଞ୍ଜୀବ ସାହୁ ଓ ମୁଖ୍ୟ କିରାଣୀ ସନ୍ତୋଷ ଚାନ୍ଦ ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ । କଲେଜର ସମସ୍ତ ଶିକ୍ଷକ, ଅଣ-ଶିକ୍ଷକ କର୍ମଚାରୀ ତଥା ପରିଚାଳନା କମିଟିର ସଦସ୍ୟ ସଦସ୍ୟା ପ୍ରଫେସର ପ୍ରଭୁଦତ୍ତ ହୋତାଙ୍କ ଉଦ୍ଦେଶ୍ୟରେ ଅନୁଷ୍ଠିତ ଅବସରକାଳୀନ ସମ୍ବର୍ଦ୍ଧନା ସଭାରେ ଯୋଗଦେଇ ଉତ୍ସବଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

Leave A Reply

Your email address will not be published.