oom

ଆଇଆରଇ ଚିଫ୍-ସିକ୍ୟୁରିଟି ମେନେଜର ପି.କେ. ରାଉତଙ୍କୁ ବିଦାୟ ସମ୍ବର୍ଦ୍ଧନା

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଉପକଣ୍ଠ ମାଟିଖାଲଠାରେ ଅବସ୍ଥାପିତ ଭାରତ ସରକାରଙ୍କ ଏକ ପ୍ରତିଷ୍ଠାନ ଭାରତୀୟ ବିରଳ ମୂର୍ତ୍ତିକା ଆଇଆରଇଏଲ୍ (ଇଣ୍ଡିଆ)ଲିଃ. କାର୍ଯ୍ୟ କ୍ଷେତ୍ରରେ ଅବସ୍ଥାପିତ ଥିବା ଚିଫ୍-ସିକ୍ୟୁରିଟି ମେନେଜର ପି.କେ. ରାଉତ ଇତିମଧ୍ୟରେ ଅବସର ଗ୍ରହଣ କରିଛନ୍ତି । ଶ୍ରୀ ରାଉତଙ୍କୁ ଆଇଆରଇ ପ୍ରଶାସନିକ ସ୍ତରରେ ଭବ୍ୟ ସମ୍ବର୍ଦ୍ଧନାର ସହ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିବା ବେଳେ କର୍ମଚାରୀ ୟୁନିୟନ ଏବଂ ବିଭିନ୍ନ ମହଲରେ ମଧ୍ୟ ତାଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ଗତ ଶୁକ୍ରବାର ସନ୍ଧ୍ୟାରେ ଶ୍ରୀରାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟତ ଅଧୀନସ୍ଥ ଏ.ତୋଟାପଲ୍ଲୀ ଗ୍ରାମର ମା’ ବ୍ୟାଘ୍ରଦେବୀ ମନ୍ଦିର ପ୍ରାଙ୍ଗଣରେ ଏକ ଭବ୍ୟ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଯାଇଛି । ଏ.ତୋଟାପଲ୍ଲୀ ଗ୍ରାମବାସୀଙ୍କ ସହଯୋଗରେ ଆୟୋଜିତ ଉକ୍ତ ସାରସ୍ୱତ ସାମାରୋହରେ ପି.କେ. ରାଉତଙ୍କୁ ଆନୁଷ୍ଠାନିକଭାବେ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ସ୍ଥାନୀୟ ସମିତି ସଭ୍ୟ ଏସ୍. ଚକ୍ରପାଣି ରେଡ୍ଡୀ, ଆଇଆରଇ ୟୁନିୟନର ଉଦ୍ୟକ୍ତା ବରିଷ୍ଠ କଳାକାର ଦୈତାରୀ ସେଠୀ, ଏ.ତୋଟାପଲ୍ଲୀ ଗ୍ରାମର ହରିହର ପ୍ରଧାନ, ମାଗୁଣି ପ୍ରଧାନ, ଦୁର୍ଯ୍ୟୋଧନ ପ୍ରଧାନ, ରବିନ୍ଦ୍ର ପ୍ରଧାନ ଯୋଗଦେଇ ଶ୍ରୀ ରାଉତଙ୍କ ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ । ଏହି ଅବସରରେ ଆୟୋଜିତ ଏକ ନୈଶ ଭୋଜିରେ ସମସ୍ତେ ଖୁସି ମନାଇଥିଲେ ।

jittmm
Leave A Reply

Your email address will not be published.