ନୂତନ ଉପସଭାପତି ଲଲିତ ଜଗତଙ୍କୁ କଳାକାର ମହାସଂଘ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ନୃସିଂହନାଥ ଧର୍ମଶାଳା ଠାରେ ପାଇକମାଲ ବ୍ଲକ କଳାକାର ମହାସଂଘର ବରିଷ୍ଠ କଳାକାର ତ୍ରିଲୋଚନ ମେହେରଙ୍କ ସଭାପତିତ୍ବରେ ଏକ ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ମାଣ୍ଡୋସିଲ୍ ଗ୍ରାମର ଲଲିତ ଜଗତ ପାଇକମାଲ ବ୍ଲକ କଳା ସଂସ୍କୃତି ସଂଘର ନୂତନ ଉପସଭାପତି ଭାବେ ଜିଲ୍ଳା ସଂସ୍କୃତି ବିଭାଗ ବରଗଡ଼ ତରଫରୁ ସମସ୍ତ କଳା ସଂଘ ତଥା ପାଇକମାଲ ବ୍ଲକ କଳାକାର ମହାସଂଘ, ପାଇକମାଲ ଅଞ୍ଚଳର କଳା ପ୍ରେମୀ ବୁଦ୍ଧିଜୀବୀ ଅନୁମୋଦନ କ୍ରମେ ନିଯୁକ୍ତି ପ୍ରଦାନ କରାଯାଇଅଛି । ଏଥିପାଇଁ ପାଇକମାଳ ବ୍ଲକ କଳାକାର ମହାସଂଘ ତରଫରୁ ଶ୍ରୀ ଜଗତଙ୍କୁ ଉପଢୌକନ ପୁଷ୍ପମାଲ୍ୟ ଦେଇ ସ୍ଵାଗତ ସମ୍ବର୍ଦ୍ଧନା କରାଯାଇଥିଲା । ଶ୍ରୀ ଜଗତ ଜଣେ ଉଚ୍ଚ ଶିକ୍ଷିତ ତଥା ଲୋକକାଳର ବହୁମୁଖୀ ପ୍ରତିଭାଧାରୀ ହୋଇଥିବାରୁ ସମସ୍ତ କଳା ସଂଘ, କଳାପ୍ରେମୀ ବୁଦ୍ଧିଜୀବୀ, ସ୍ଵେଚ୍ଛାସେବୀ ସଂଗଠନ ହାର୍ଦିକ ଅଭିନନ୍ଦନ ଜଣାଇଛନ୍ତି । ଆଜିର ସଭାରେ କଳାକାର ମହାସଂଘର ସ୍ଥାୟୀ ସଭାପତି ପ୍ରେମସାଗର ଫୌଜଦାର ଅନୁପସ୍ଥିତ ହେବା ପରେ ମଧ୍ୟ ସେ ଭିଡିଓ କନଫରେନ୍ସରେ ଶ୍ରୀ ଜଗତଙ୍କୁ ଅଭିନନ୍ଦନ ଜଣାଇଥିଲେ । ସଭାରେ ମହାସଂଘର ଉପସଭାପତି ଶେଷଦେବ ବାରିକ, ସହ ସମ୍ପାଦକ ଖଗେଶ୍ଵର ମିର୍ଦ୍ଧା, କୋଷାଧ୍ୟକ୍ଷ ଚିତ୍ତରଞ୍ଜନ ସରାଫ, ବିଜୟ ପ୍ରଧାନ, ଦୁର୍ୟ୍ୟୋଧନ ତ୍ରିପାଠୀ ବିଶ୍ଵନାଥ ସେଠ୍, ଗଣେଶ ସୁନା, ଦୁଃଶାସନ କୁମ୍ଭାର, ନୁରାବନ ଭୋଇ, ଦେବେନ୍ଦ୍ର ସାହୁ, କପୁରଚନ ବନଛୋର, ସୁନ୍ଦରମଣି ଭୋଇ, ହରିଶ୍ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

error: Content is protected !!