oom

ସିନାପାଲି ହାଇସ୍କୁଲରେ ବିଦାୟକାଳୀନ ସମ୍ୱର୍ଦ୍ଧନା ସଭା

jsmm

ନୂଆପଡା, (ନିରାକାର ମେହେର) : ସିନାପାଲି ନୋଡ଼ାଲ ହାଇସ୍କୁଲର ବରିଷ୍ଠ ଶିକ୍ଷକ ଚଂଦ୍ରଶେଖର ନାଏକ ଅବସର ଗ୍ରହଣ କରିଥିବା ବେଳେ ଗତକାଲି ସ୍କୁଲ ତରଫରୁ ତାଙ୍କୁ ବିଦାୟକାଳୀନ ସମ୍ୱର୍ଦ୍ଧନା ଦିଆଯାଇଛି । ଏନେଇ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଲଳିତ କୁମାର ସୁନାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ୱର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବରେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରେମସିନ୍ଧୁ ହେର୍ଣ୍ଣା ଏବଂ ସମ୍ମାନିତ ଅତିଥି ଭାବରେ ଅବସର ପ୍ରାପ୍ତ ଆଦର୍ଶ ଶିକ୍ଷକ ତୁଳସୀରାମ ମେହେର, ପ୍ରଜେଶ ପାଣିଗ୍ରାହୀ, ଜୀବରଧନ ମାଝୀ, ମହେଂଦ୍ର ନାଏକ ଓ ବିଦାୟୀ ଶିକ୍ଷକ ଚଂଦ୍ରଶେଖର ନାଏକ ଉପସ୍ଥିତ ଥିଲେ । ଏ ଅବସରରେ ଶ୍ରୀନାଏକଙ୍କୁ ଉପଢୌକନ ସହ ମାନପତ୍ର ପ୍ରଦାନ କରାଯାଇଥିଲା । ପ୍ରାରମ୍ଭରେ ଶିକ୍ଷକ ଗୌତମ ମେହେର ସମସ୍ତଙ୍କୁ ସ୍ୱାଗତ କରିଥିବା ବେଳେ ଶିକ୍ଷୟିତ୍ରୀ ପର୍ତ୍ତିଶ୍ୱରୀ ପାତ୍ର ମାନପତ୍ର ପଠନ କରିଥିଲେ । ଶିକ୍ଷକ ରାଜେଂଦ୍ର ପ୍ରସାଦ ଖମାରୀ, କମଳଜିତ ବୈକାର, ମନୋରଞ୍ଜନ ମେହେର, ଶିକ୍ଷୟିତ୍ରୀ ସତ୍ୟରୂପା ଯୋଷୀ ପ୍ରମୁଖଙ୍କ ସହ ଛାତ୍ରଛାତ୍ରୀମାନେ ଶ୍ରୀ ନାଏକଙ୍କ ସହ ବିତିଥିବା ଅନୁଭୂତିର ସ୍ମୃତିଚାରଣ କରିଥିବା ବେଳେ ଶେଷରେ ଶିକ୍ଷୟିତ୍ରୀ ରଶ୍ମିପ୍ରଭା ମେହେର ଧନ୍ୟବାଦ ଜଣାଇଥିଲେ ।

jittmm
Leave A Reply

Your email address will not be published.