jayashree

ବୈଦ୍ୟୁତିକ ଗଣମାଧ୍ୟମ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା : କ୍ୟାମେରା ଓ ବୁମ ଭାଙ୍ଗିଲେ ସରପଂଚ, ସରପଂଚଙ୍କ ସ୍ୱାମୀ ଓ ସହଯୋଗୀ : ସାଂବାଦିକ ସଂଘ ତରଫରୁ ଦୃଢ ନିନ୍ଦା ସହ କାର୍ଯ୍ୟାନୁଷ୍ଠାନ ଦାବୀ

କଂଟାବାଂଜି(ଗୁରୁଦୟାଲ ହଂସ) ; ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଝରଣୀ ପଂଚାୟତରେ କରୋନା କ୍ୱାରେନ୍‌ଟାଇନ ସେଂଟରରେ ରହିଥିବା ପ୍ରବାସି ଶ୍ରମିକମାନଙ୍କ ଦୁଇ ହଜାର ଟଙ୍କା ନ ମିଳିବା ଓ ଦୁର୍ନୀତି ଉପରେ ଓଟିଭି କଂଟାବାଂଜି ପ୍ରତିନିଧି ଅନ୍ତିମ କୁମାର ପାଣିଗ୍ରାହୀ ଗ୍ରାମବାସୀଙ୍କ ଅଭିଯୋଗ କ୍ରମେ ରାମୋଡ ଗ୍ରାମକୁ ଖବର ସଂଗ୍ରହ ପାଇଁ ଆଜି ଯାଇଥିଲେ । ରାମୋଡ ଗାଁରେ ଖବର ସଂଗ୍ରହ ବେଳେ ସରପଂଚ ପ୍ରେମଲତା ମେହେର, ତାଙ୍କ ସ୍ୱାମୀ ନରେନ୍ଦ୍ର ମେହେର ଓ ଅନ୍ୟମାନେ ମାଡପିଟ କରିବା ସହିତ କ୍ୟାମେରା, ବୁମକୁ ଭାଙ୍ଗି ଦେଇଥିଲେ । ଏପରିକି ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରିବା ସହିତ ଜୀବନରେ ମାରିଦେବା ପାଇଁ ଧମକ ଦେବା ମଧ୍ୟରେ ରାମୋଡ ଗାଁର କିଛି ବ୍ୟକ୍ତି ପାଣିଗ୍ରାହୀଙ୍କୁ ଉଦ୍ଧାର କରିବା ସହିତ ପୋଲିସକୁ ଖବର ଦେଇଥିଲେ । ଏହା ପରେ ତୁରେକେଲା ପୋଲିସ, କଂଟାବାଜି ପୋଲିସ ଏସଡିପିଓ ସରୋଜ କୁମାର ମହାପାତ୍ର, ତହସଲିଦାର କଂଟାବାଂଜି ଅଶୋକ କୁମାର ମାଝି, ତୁରେକେଲା ବିଡିଓ ମନୋରଂଜନ ପାଣିଗ୍ରାହୀ ରାମୋଡ ଯ୍ଧବ ଅନ୍ତିମକୁ ଉଦ୍ଧାର କରି ତୁରେକେଲା ଥାନାକୁ ନେଇ ପଚରା ଉଚୁରା କରିଥିଲେ । ଏହା ଉପରେ ଅନ୍ତିମ ତୁରେକେଲା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ତୁରେକେଲା ଥାନା କେସ ନଂ.୦୨୨୩/୨୦୨୦ ଦଫା ୩୪୧,୨୯୪,୩୨୩,୫୦୬/୩୪ ଆଇପିସି ଅନୁସାରେ ଅନୁସଂଧାନ ଜାରି ରହିଛି । ଏହି ଘଟଣା ଜାଣିବା ପରେ କଂଟାବାଂଜି ସାମ୍ବାଦିକ ସଂଘ ପକ୍ଷରୁ ସଭାପତି ସୁବାଷ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ଥାନାକୁ ଯାଇ ଅନୁସଂଧାନ କରାଯାଇଛି । ଏହା ପରେ ସଂଘ ତରଫରୁ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ସରପଂଚ ଶ୍ରୀମତୀ ମେହେର, ସରପଂଚଙ୍କ ସ୍ୱାମୀ ନରେନ୍ଦ୍ର ସହ ଅନ୍ୟମାନଙ୍କୁ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଖବରଦାତାମାନଙ୍କ ସୁରକ୍ଷା ପାଇଁ ଜିଲ୍ଲାପାଳ, ପୋଲିସ ଅଧିକ୍ଷକ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ଦେବା ପାଇଁ ପ୍ରସ୍ତାବ ଆଗତ ହୋଇଛି । ଏପରିକି ବଲାଙ୍ଗିର ବିଧାୟକ ନରସିଂ ମିଶ୍ରଙ୍କ ଗତ ବର୍ଷ ବିଧାନସଭା ପ୍ରଶ୍ନୋତ୍ତରରେ ସାବାଂଦିକମାନଙ୍କ ସୁରକ୍ଷା ଦାବୀକୁ ସ୍ୱାଗତ କରି ଯଥାଶୀଘ୍ର ଏହାକୁ କାର୍ଯ୍ୟକାରୀ କରିବା ପାଇଁ ସଂଘ ଦାବୀ କରିଛି । ଏହି ଜରୁରୀ ବୈଠକରେ ସଂଘର ସମସ୍ତ ସଭ୍ୟ ଉପସ୍ଥିତ ରହି ନିନ୍ଦା ପ୍ରସ୍ତାବ ଆଗତରେ ଅଂଶଗ୍ରହଣ କରିଛନ୍ତି । ଓଟିଭି ପ୍ରତିନିଧି ପାଣିଗ୍ରାହୀଙ୍କ ଅଭିଯୋଗ ଉପରେ ସରପଂଚ ଶ୍ରୀମତୀ ମେହେର ମଧ୍ୟ ଥାନାରେ ଏକ ପାଲଟା ଅଭିଯୋଗ ଦେଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.