
ରାଉରକେଲା, (ସସ୍ମିତା ପ୍ରଧାନ) : ଦୈନିକ ଓଡିଆ ଖବରକାଗଜ ‘ସମାଜ’ର ୧୦୨ତମ ବର୍ଷ ପୂର୍ତ୍ତି ଅବସରରେ କରୋନା ସକାଶେ ଏକ ସଚେତନତା ପଦଯାତ୍ରା ଆୟୋଜିତ ହୋଇଯାଇଛି । ସମାଜ ରାଉରକେଲା ସଂସ୍କରଣର ମୁଖ୍ୟ ସମୀର ପରିଡା ଓ ବ୍ୟୁରୋଚିଫ୍ ମନୋରଞ୍ଜନ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଉରକେଲା ଇସ୍ପାତ କାରଖାନାର ନିର୍ବାହୀ ନିର୍ଦ୍ଦେଶକ ପ୍ରମୋଦ କୁମାର ଶତପଥୀ ଓ ରାଜ୍ୟ କ୍ରୀଡା ବିଭାଗର ଉପ ନିର୍ଦ୍ଦେଶକ ତଥା ଭାରପ୍ରାପ୍ତ ଜିଲ୍ଲା କ୍ରୀଡା ଅଧିକାରୀ ଅଲମ୍ପିଆନ ଲାଜରୁସ ବାର୍ଲା ଅତିଥି ଭାବେ ଯୋଗଦେଇ ଏହି ପଦଯାତ୍ରାର ଶୁଭାରମ୍ଭ କରିଥିଲେ । ସମାଜ ଓ ଲୋକସେବକ ମଣ୍ଡଳ ପକ୍ଷରୁ ଆୟୋଜିତ ଏହି ପଦଯାତ୍ରା ସେକ୍ଟର ୨ ବିଜୁ ପଟ୍ଟନାୟକ ଛକରୁ ଆରମ୍ଭ ହୋଇ ସେକ୍ଟର ୧୯ ଆମ୍ଭାଗାନ ନିକଟସ୍ଥ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ସ୍ଥଳ ନିକଟକୁ ଯାଇଥିଲା । ରାଉରକେଲାର ବିଭିନ୍ନ ଅନୁଷ୍ଠାନ, ସଂଗଠନର କର୍ମକର୍ତ୍ତା, ସ୍କାଉଟ୍ ଆଣ୍ଡ ଗାଇଡ୍, ଏନ୍ସିସି, ରେଡକ୍ରସର ଛାତ୍ରଛାତ୍ରୀମାନେ ଯୋଗଦେଇ ଏହି ପଦଯାତ୍ରାକୁ ସଫଳ କରିଥିଲେ । ବିଶିଷ୍ଟ ବ୍ୟକ୍ତିମାନଙ୍କ ମଧ୍ୟରେ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ, ବିଷ୍ଣୁ ମହାନ୍ତି, ନାରାୟଣ ପ୍ରସାଦ ଦାସ, ସଂଜୀବ ମହାନ୍ତି, ହରିହର ରାଉତରାୟ, ବୈଦ୍ୟନାଥ ଦାସ, ପ୍ରଧ୍ୟାପକ ଭବେଶ ଚନ୍ଦ୍ର ସାହୁ, ସୁମନ ଦତ୍ତ, ଆର୍ତ୍ତତ୍ରାଣ ମହାପାତ୍ର, ଗଙ୍ଗାଧର ଦାଶ, ପ୍ରଶାନ୍ତ ସେଠୀ, ନିରଞ୍ଜନ ସାମଲ, ଲୁସି ଦାଶ, କୁଞ୍ଜବିହାରୀ ରାଉତ, ଶୈଳବାଳା ଷଡଙ୍ଗୀ, ଜଟାଧାରି ମାଝୀ, ଭରତ ବାଇ,
ବିଜୟ ବରାଳ, ସନ୍ତୋଷ ନାୟକ, ରମାକାନ୍ତ ମଲ୍ଲିକ, ରଶ୍ମିରଂଜନ ରାଉତ, ଡାକ୍ତର ବସନ୍ତ ଦାସ, ନୃସିଂହ ଚରଣ ବିଶ୍ବାଳ, ବିମାନ ମାଇତି, ରାଜକିଶୋର ପ୍ରଧାନ, ରମେଶ ବଳ, ଶଙ୍କର ଜେନା, ସୁଦାମ ଚନ୍ଦ୍ର ଦାସ, ବୁଦ୍ଧଦେବ ବାସୁ, ରାଜୀବ ପାଣି, ଅଶୋକ ବଳ, ସୁନିଲ ମାନସିଂହ, ରଶ୍ମିତ କୁମାର ସାହାଣୀ, ଅଭିରାମ ପ୍ରଧାନ, ସନ୍ତୋଷ ତନ୍ତୀ, ଗଗନ ପଣ୍ଡା, ଅକ୍ଷୟ ସାମଲ, ଡା. ରତ୍ନାକର ପଣ୍ଡା, ଦୁର୍ଗା ତନ୍ତୀ, ପ୍ରକାଶ ପାଶ୍ବାନ, ଭୂଷଣ ସେଠୀ, ଜୟନ୍ତୀ ଦାସ, ନଳିନୀକାନ୍ତ ଧର, ଲଲାଟେନ୍ଦୁ ନାୟକ ପ୍ରମୁଖ ଶତାଧିକ ବ୍ୟକ୍ତି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।