ଦୁଇ ଛେଲି ଚୋର ଗିରଫ : ଚୋରି ସାମଗ୍ରୀ ଜବତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତ ୧୦ ତାରିଖ ମଧ୍ୟ ରାତ୍ରିରେ ଅଜଣା ବ୍ୟକ୍ତି ପ୍ରାୟ ୨୫ ହଜାର ଟଙ୍କା ମୂଲ୍ୟର ଛେଲି ଚୋରି କରି ନେଇଥିବା ବୁଡେନ ଥାନା ଦହିଗାଁର କାର୍ତ୍ତିକ ବରିହା ବୁଡେନ ଥାନାରେ ଲିଖିତ ଅଭିଯୋଗ କରିଥିଲେ । କାର୍ତ୍ତିକ ବରିହାଙ୍କ ଅବିଯୋଗ ଅଧାରରେ ବୁଡେନ ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲେ । ଏହି ମାମଲାରେ ଦୁଇ ଜଣ ଯୁବକ ପଦ୍ମପୁର ଥାନା ଖୁଣ୍ଟପାଲି ଗାଁର ଉଜଲ ନାଗ ଓ ପିତବାସ ଦାଶ ଓରଫ ଫକିରଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବୁଡେନ ଥାନା ଅଧିକାରୀ ବିପିନ ବାଗ ସୂଚନା ଦେଇଛନ୍ତି । ଗିରଫ ବ୍ୟକ୍ତିମାନଙ୍କ ଠାରୁ ତିନି ଗୋଟି ଛେଲି ଯାହାର ମୂଲ୍ୟ ୨୫ ହଜାର ଟଙ୍କା, ଗୋଟିଏ ମହିନ୍ଦ୍ରା ଜାଇଲୋ, ଦୁଇ ଗୋଟି ମୋବାଇଲ ଫୋନ, ଦୁଇ ଗୋଟି ପ୍ଲାଷ୍ଟିକ ଠେଙ୍ଗା, ଗୋଟିଏ ଲୁହା ରଡ ଓ ୬୩୩୦ ନଗଦ ଟଙ୍କା ଜବତ କରିଛି ବୁଡେନ ପୋଲିସ ।

Leave A Reply

Your email address will not be published.