ସଇଁତଲାରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଉଦ୍‌ଘାଟିତ : ପ୍ରଚାର ପ୍ରସାର ଅଭାବ ଯୋଗୁଁ ଭିନ୍ନକ୍ଷମ କମ ଆସିଲେ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗଶର ଜିଲ୍ଲା ସଇଁତଲାସ୍ଥିତ ଆର୍‌ଏସ୍‌ଡି ବିଦ୍ୟାଳୟ ପରିସରରେ ବ୍ଲକସ୍ତରୀୟ ଭୀମ ଭୋଇ ସାମର୍ଥ୍ୟ ଶିବିର ୨୦୨୩ ଉଦ୍‌ଘାଟିତ ହୋଇଯାଇଛି । ଏହି ଉତ୍ସବରେ ସଇଁତଲା ବିଡ଼ିଓ ବିନୟ କୁମାର ଭୋଇ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଏଥିରେ ଅନ୍ୟତମ ସମ୍ମାନିତ ଅତିଥିଭାବରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ମଦନଜିତ ହୋତା, ସଇଁତଲା ତହସିଲଦାର ମାନସଫିଲ କେରକେଟା, ଜିଲ୍ଲା ପରିଷଦ ସଦସ୍ୟ ପ୍ରମୋଦ ଭୋଇ ଓ ସିଡିପିଓ ସବିତା ଦାସ ଯୋଗଦାନ କରି ଭିନ୍ନକ୍ଷମର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ କେରମେଲି ଗାଁର ମିଳୁ ନାଏକଙ୍କୁ ହୁଇଲ ଚେୟାର ଓ ସମରା ଗାଁର ଦୁର୍ବାଦଳ ଭୋଇଙ୍କୁ ସ୍ମାଟ କେନ ପ୍ରଦାନ କରିଥିଲେ । ଶିବିରରେ ବସ ପାସ, ଉପକରଣ ଚିହ୍ନଟ, ଦେସିଲ ଆଶା ଫିଜିଓ ଥେରାପି, ନଅଗାଁ ପଲ୍ଲୀ ଆଲୋକ ପାଠାଗାର ସହାୟତାରେ ଏସ୍‌ଏସ୍‌ଇପିଡିଓ ସଇଁତଲା ଶାଖା ତରଫରୁ ଅଧାର କାର୍ଡ ଗୁଡିକ ଯାଞ୍ଚ କରାଯାଉଥିଲା । ଉକ୍ତ କାର୍ଯ୍ୟକ୍ରମକୁ ପୂର୍ଵତନ ବିଆର୍‌ସିସି ତପନ ଦାସ ପରିଚାଳନା କରିଥିବା ବେଳେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଭାନୁ ପ୍ରତାପ ଭୋଇ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ଶିବିରରେ ପୂର୍ଵ ବର୍ଷ ଅପେକ୍ଷା ଚଳିତ ବର୍ଷ ପ୍ରଚାର ପ୍ରସାର ଅଭାବ ଯୋଗୁଁ କମ ସଂଖ୍ୟକ ଭିନ୍ନକ୍ଷମ ଦେଖିବାକୁ ମିଳିଥିଲେ । ଏହି ସମୟରେ ବ୍ଲକ ସେକସନ ଅଫିସର ପର୍ଶୁରାମ ନାୟକ, ଆକାଉଣ୍ଟ ଅଫିସର ଲଛମନ ଯାନୀ, କିରାଣୀ ସଂଗ୍ରାମ ମିଶ୍ର, ଡିଇଓ ଦେବଦତ୍ତ ଗଡ଼ତ୍ୟା, ପିଇଓ ଖଗେଶ୍ୱର କମ୍ପ, ଶରତ ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave A Reply

Your email address will not be published.