oom

ସେବା ପାଇଁ ସବୁବେଳେ ସମର୍ପିତ ବଲାଙ୍ଗିର ଜିଲ୍ଲା ଅବସରପ୍ରାପ୍ତ ସୈନିକ ସଂଘ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ସବୁବେଳେ ସେବା ପାଇଁ ସମର୍ପିତ ବଲାଙ୍ଗିର ଜିଲ୍ଲା ଅବସରପ୍ରାପ୍ତ ସୈନିକ ସଂଘ । ସୈନିକ ଭାବେ ଯୋଗଦାନ ପରେ ଚାକିରୀରେ ଥାଇ ଯେଭଳି ଜଣେ ସୈନିକ ଦେଶର ସେବା କରିଥାଏ, ଚାକିରୀରୁ ଅବସର ନେବା ପରେ ବି ତାର ସେବା ସମାଜ ପାଇଁ ବଳବତ୍ତର ରହିଥାଏ ବୋଲି ସଂଘ ପକ୍ଷରୁ କୁହାଯାଇଛି । ସୂଚନାଯୋଗ୍ୟ ଯେ, ଗତ ସେପ୍ଟେମ୍ବର ୨୪ ତାରିଖ ଦିନ ସେବାବାହିନୀ ଦିଲ୍ଲୀ ହସ୍‌ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଯବାନ ସୁମନ୍ତ ପଧାନଙ୍କର ଅକାଳ ବିୟୋଗ ଘଟିଥିଲା । ସେନା ପକ୍ଷରୁ ତାଙ୍କ ମର ଶରୀରକୁ ଲୋଇସିଂହା ବ୍ଲକ୍‌ ତେନ୍ତୁଳିଗ୍ରାମକୁ ଅଣାଯାଇଥିବା ବେଳେ ହଜାର ହଜାର ଗ୍ରାମବାସୀଙ୍କ ଉପସ୍ଥିତିରେ ତାଙ୍କ ଶେଷକୃତ୍ୟ ସଂପନ୍ନ କରାଯାଇଥିଲା । ସେନା ମୁଖ୍ୟାଳୟ ପକ୍ଷରୁ ଦିଲ୍ଲୀରୁ ରସାନନ୍ଦ ଭୋଇ ନାମକ ଜଣେ ଯବାନ ସ୍ୱର୍ଗତ ସୁମନ୍ତ ପଧାନଙ୍କ ପତ୍ନୀଙ୍କ ପେନ୍‌ସନ୍‌ ସକାଶେ କାଗଜପତ୍ର ନେଇ ପହଂଚିଥିଲେ । ତେବେ ଦିଲ୍ଲୀରୁ ଆସିଥିବା ଯାବନ ଜଣକ ବଲାଙ୍ଗିର ଜିଲ୍ଲା ଅବସରପ୍ରାପ୍ତ ସୈନିକ ସଂଘର ସଂପାଦକ ପ୍ରତାପ ଚନ୍ଦ୍ର ରଥଙ୍କୁ ଯୋଗାଯୋଗ କରି ତାଙ୍କ ସହାୟତାରେ ସମସ୍ତ ପେନ୍‌ସନ୍‌ ପେପର୍‌ ପ୍ରସ୍ତୁତ ହୋଇ ସାରିବା ପରେ ସ୍ୱର୍ଗତ୍‌ ସୁମନ୍ତ ପଧାନଙ୍କ ପତ୍ନୀଙ୍କୁ ପେନ୍‌ସନ୍‌ ପେପର୍‌ ହସ୍ତାନ୍ତର କରିଛନ୍ତି । ପେନ୍‌ସନ୍‌ ପେପର୍‌ ହସ୍ତାନ୍ତର ସମୟରେ ଦିଲ୍ଲୀରୁ ଆସିଥିବା ଯବାନ୍‌ ଶ୍ରୀ ଭୋଇ, ସଂପାଦକ ଶ୍ରୀ ରଥ ତଥା ସଂଘର ସଦସ୍ୟ ଘାସୀରାମ ବେହେରା ଓ ନରହରି ବେହେରା ଉପସ୍ଥିତ ଥିଲେ । ତେବେ ଆସନ୍ତା ଜାନୁଆରୀ ମାସରୁ ସ୍ୱର୍ଗତ ଯବାନ୍‌ ସୁମନ୍ତ ପଧାନଙ୍କ ପରିବାର ନିୟମିତ ପେନ୍‌ସନ୍‌ ପାଇ ପାରିବେ ବୋଲି ସଂଘ ପକ୍ଷରୁ କୁହାଯାଇଛି । ଅବସରପ୍ରାପ୍ତ ସୈନିକ ସଂଘ ସବୁବେଳେ ସୈନିକଙ୍କ ପରିବାର ସହ ରହିଛି ଓ ରହିବ ବୋଲି ସଂପାଦକ ଶ୍ରୀ ରଥ ମତପ୍ରକାଶ କରିଛନ୍ତି ।

jittmm
Leave A Reply

Your email address will not be published.