ଶ୍ରୀଧର ସ୍ମୃତି ଜ୍ଞାନ ବିକାଶ କେନ୍ଦ୍ରର ମାସିକ ସାହିତ୍ୟ ଆସର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଜେଲରୋଡ ସ୍ଥିତ ଶ୍ରୀଧର ସ୍ମୃତି ଜ୍ଞାନ ବିକାଶ କେନ୍ଦ୍ରର ମାସିକ ସାହିିତ୍ୟ ଆସର ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି ସାହିତ୍ୟ ସମାରୋହରେ ମୁଖ୍ୟ ଅତିଥି ଭାବେ ଏଚ୍‌.କେ. ରାୟ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଭବେଶ ଚନ୍ଦ୍ର ସାହୁ, ମୁଖ୍ୟ ବକ୍ତା ଭାବରେ ପ୍ରାଧ୍ୟାପକ ଭବାନୀ ଶଙ୍କର ଚାନ୍ଦେଲ, ଅନୁଷ୍ଠାନର ସଭାପତି ତଥା ଗୁରୁକୁଳ ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଉମାକାନ୍ତ ପଣ୍ଡା, ସମ୍ମାନୀୟ ବକ୍ତା ଭାବେ ବିିଶିଷ୍ଟ ସାହିିତ୍ୟିକ ଭୂପେନ୍ ମହାପାତ୍ର, ସମ୍ମାନୀୟ ଅତିଥି ଭାବରେ ସାହିତ୍ୟିକ ବିକ୍ରମ ଆଚାର୍ଯ୍ୟ ଯୋଗ ଦେଇଥିଲେ । ଅନୁଷ୍ଠାନର ପ୍ରାଣ ପ୍ରତିଷ୍ଠାତା ସ୍ୱର୍ଗତ ଶ୍ରୀଧର ଲେଙ୍କାଙ୍କ ତୈଳଚିତ୍ରରେ ପୁଷ୍ପ, ଧୂପ, ଦୀପ ଦେଇ ନୈବେଦ୍ୟ ଅର୍ପଣ ପରେ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ସଭାପତି ଦାୟିତ୍ୱ ସହିତ ମଂଚ ପରିଚାଳନା କରିଥିଲେ ଡଃ ଉମାକାନ୍ତ ପଣ୍ଡା । ମୁଖ୍ୟବକ୍ତା ପ୍ରାଧ୍ୟାପକ ଶ୍ରୀ ଚାନ୍ଦେଲ ଚରିତ୍ର ଗଠନରେ ସାହିତ୍ୟର ଭୂମିକା ଶୀର୍ଷକୁ ନେଇ ନିଜର ଅଭିଭାଷଣ ପ୍ରଦାନ କରିଥିଲେ । ସାଂପ୍ରତିକ ପ୍ରୟୋଗ ଦୃଷ୍ଟିରୁ ଖୁବ୍ ସାଧାରଣ ଅର୍ଥରେ ଯାହା କିଛି ଲିଖିତ ରୂପେ ପ୍ରସ୍ତୁତ କରାଯାଏ ତାହାକୁ ସାହିିତ୍ୟ କୁହାଯାଏ । ଚରିତ୍ର ଗଠନ ଦିଗରେ ସାହିତ୍ୟର ଭୂମିକା ଏକ ବରିଷ୍ଠ ତାମଷା ରୂପେ ନିଆଯାଇ ପାରିବ । ସାହିିତ୍ୟ ମାଧ୍ୟମରେ ଚିନ୍ତା, ଭାବାବେଗ ଓ ଜୀବନ ପ୍ରତି ଦୃଷ୍ଟିଭଙ୍ଗି ପ୍ରକାଶିତ ହୁଏ । ମୁଖ୍ୟ ଅତିଥି ଭବେଶ ଚନ୍ଦ୍ର ସାହୁଙ୍କ ମତରେ ସାହିତ୍ୟିକ ରଚନାର ମୌଳିକତା ତାହାକୁ ଅନ୍ୟାନ୍ୟ ଲେଖାଠାରୁ ପୃଥକ କରିଥାଏ । କବିତା, ଗଳ୍ପ, ଉପନ୍ୟାସ ଓ ନାଟକର ବିଷୟବସ୍ତୁ ଓ ଅଙ୍ଗିକତାରେ ମୌଳିକତା ଓ ନୂତନତା ନଥିଲେ ତାହା ଦୃଷ୍ଟି ଆକର୍ଷଣ କରେ ନାହିିଁ । ଚରିତ୍ର ଚିତ୍ରଣ ଓ ଜୀବନ ପ୍ରତି ଅନ୍ତ ଦୃଷ୍ଟିରେ ମୌଳିକତା ସାହିତ୍ୟ ସୃଷ୍ଟିକୁୂ ମହାନ୍ କରେ । ଡଃ ଉମାକାନ୍ତ ପଣ୍ଡାଙ୍କ ଭାଷାରେ ସାହିିତ୍ୟ କେବେ ହେଲେ ନିଚ୍ଛକ ବସ୍ତୁବାଦୀ ଲାଭ ପାଇଁ ଲେଖାଯାଏ ନାହଁ । ସମାଜ ଓ ବ୍ୟକ୍ତି ଜୀବନରେ ଭଲ ମନ୍ଦ ଏବଂ ଐଶ୍ୱରିକ ଦାନବୀୟ ଶକ୍ତି ମଧ୍ୟରେ ଦ୍ୱନ୍ଦ୍ୱ ଓ ସଂଘର୍ଷକୁ ଏହା ଚିତ୍ରଣ କରେ । ଚରିତ୍ର ଗଠନ ଦିଗରେ ସାହିତ୍ୟ ମାନବ ଜୀବନକୁ ସନ୍ତୁଳିିତ କରି ରଖିଥାଏ । ସାଧାରଣ ସଂପାଦକ ଡଃ ସୁବାସ ଚନ୍ଦ୍ର ଲେଙ୍କା ଅନୁଷ୍ଠାନ ସଂବନ୍ଧରେ ବିବରଣୀ ପାଠ କରିଥିଲେ । ପରେ ସମ୍ମାନୀୟ ବକ୍ତା ଭୂପେନ୍ ମହାପାତ୍ର ଓ ବିକ୍ରମ ଆଚାର୍ଯ୍ୟ ଆଲୋଚନା କରିଥିଲେ । ପରେ କବି ସୁଶାନ୍ତ ନାୟକଙ୍କ ସଂଯୋଜନାରେ କବିତା ପଠୋତ୍ସବ କରାଯାଇଥିଲା । ଅତିଥି କବି ଭାବେ ଅଶୋକ ପଟ୍ଟନାୟକ, ବ୍ରହ୍ମାନନ୍ଦ ପାଣି, ଜ୍ଞାନ ରଂଜନ ମିଶ୍ର ଯୋଗ ଦେଇଥିଲେ । ଡଃ ଲେଙ୍କାଙ୍କ ରଚିତ ଏକ ଜାତୀୟ ସଂଗୀତକୁ କବି ପୁଲିନ୍ ରାଉତ୍‌ରାୟ ଗାନ କରିଥିଲେ । ୩୦ ଜଣ କବି, ସାହିିତ୍ୟିକ ଯୋଗ ଦେଇଥିଲେ । ଶେଷରେ ପୁଲିନ୍ ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.