om academy

ବିଜେଡିର ବହୁ ତୁଙ୍ଗ ନେତା ବିଜେପିର ସଦସ୍ୟତା ଗ୍ରହଣ କଲେ

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଜୁ ଜନତା ଦଳର ବହୁ ତୁଙ୍ଗ ନେତା ଦଳ ପ୍ରତି ବିତସ୍ପୃହ ହେବା ସହ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ଆକୃଷ୍ଟ ହୋଇ ଭାରତୀୟ ଜନତା ପାର୍ଟିର ସଦସ୍ୟତା ଗ୍ରହଣ କରିଛନ୍ତି । କୋଭିଡ କଟକଣାକୁ ଦୃଷ୍ଟିରେ ରଖି ପରବର୍ତ୍ତୀ ସମୟରେ ବିଜେପିର ମିଶ୍ରଣ ପର୍ବ ଆୟୋଜନ କରାଯିବ ବୋଲି ସୂଚନା ମିଳିଛି । ପାଇକମାଲ ସ୍ଥିତ ପୁରୋହିତ ଫାର୍ମ ହାଉସ ଠାରେ ପଦ୍ମପୁର ପୂର୍ବତନ ବିଧାୟକ ତଥା ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ, ପାଇକମାଲ ମଣ୍ତଳ ସଭାପତି କୈଳାସ ଦିଶ୍ରୀ, ବରିଷ୍ଠ ନେତା ଗୋବର୍ଦ୍ଧନ ଅଗ୍ରୱାଲ, ରାଜ କୁମାର ତ୍ରିବେଦୀ, ଆଇନଜୀବୀ ରାଜକୁମାର ସାହୁ, କୃଷକ ମୋ‌ର୍ଚ୍ଚା ଜି‌ଲ୍ଲା କୋର୍ଡିନେଟର ଯୋଗେ‌ନ୍ଦ୍ର ଭୋଇ‌ଙ୍କ ଉପସ୍ଥିତରେ ବିଜେଡ଼ିର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦଙ୍କ ବ୍ଲକ ପ୍ରତିନିଧି ଶୁଶାନ୍ତ ନାଗ, ଦିବାକର ତାଣ୍ତି, ଅଜୟ ସେଠ, ଦାମ ମିର୍ଦ୍ଧା, ରଣଜିତ ସେଠ, ଶିବା ଡନସନା, ନରେଶ ବାରିକ, ଅଲେଖ ହରପାଲ, କିଶୋର କୁମାର ବାଗ, ରାଜେଶ କୁମାର ଶର୍ମା, ଜିତେନ୍ଦ୍ର ହରିପାଲି, ଆକାଶ ବହିଦାର, ଭୋଲାନାଥ ପୋଢ, ମହାଦେବ ଚାନ୍ଦ, ମୁକେଶ ସାହୁ, ଗୋପାଳ ଶର୍ମା, ଅଜୟ ତାଣ୍ତି, ତରଣୀ ସେଠ, ଚୈତନ୍ୟ ବରିହା, ସୁବନ ସିଦ୍ଧାର, ଡେଲେଶ୍ବର ରାଉତ, ଅନିଳ କୁମାର ସେଠ, ଦିବ୍ୟ କୁମାର ନାୟକ, ସୁରେଶ ନାଗ, ରତଣୀ ସାହୁ, ତୀର୍ଥ ପାଣ୍ତେ, ସୁବାଷ ପଟେଲଙ୍କ ସମେତ ଶତାଧିକ ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି । କୋଭିଡ କଟକଣା ପରେ ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ ହେବ ବୋଲି ପାଇକମାଲ ବ୍ଲକ ବିଜେପି ମଣ୍ତଳ ସଭାପତି କୈଳାସ ଦିଶ୍ରୀ ସୂଚନା ଦେଇଛନ୍ତି । ବିଜେଡିର ଏହି ତୁଙ୍ଗ ନେତା ମାନଙ୍କ ବିଜେପିରେ ଯୋଗଦାନ ଦ୍ୱାରା ପାଇକମାଲ ବ୍ଲକରେ ଭାରତୀୟ ଜନତା ପାର୍ଟିର ସଙ୍ଗଠନ ଆହୁରି ଦୃଢ ହେବ ବୋଲି ପୂର୍ବତନ ବିଧାୟକ ଶ୍ରୀ ପୁରୋହିତ ଦୃଢ ମତ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.