om academy

ଛତ୍ରପୁର ରୋଟାରୀ କ୍ଲବର ଅଧିଷ୍ଠାନ ଦିବସ

jsm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ରୋଟାରୀ କ୍ଲବର ଅଧିଷ୍ଠାନ ଦିବସ ରବିବାର ସନ୍ଧ୍ୟାରେ କ୍ଲବ ପରିସରରେ ଆୟୋଜିତ ହୋଇଯାଇଛି । ଏମ୍. ଧନଞ୍ଜୟ ରେଡ୍ଡୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଆନୁଷ୍ଠାନିକ କାର୍ଯ୍ୟକ୍ରମରେ ରୋଟାରୀ ଜିଲ୍ଲା ଗଭର୍ଣ୍ଣର ରୋଟାରିଆନ୍ ଜୟଶ୍ରୀ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଛତ୍ରପୁର ଏନ୍‌.ଏ.ସି. ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ ଓ ରୋଟାରୀ ଆସିଷ୍ଟାଣ୍ଟ ଗଭର୍ଣ୍ଣର କାମରାଜୁ ମହାରଣା ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ସମ୍ପାଦକ ଇ. ନାଗେଶ୍ଵର ରାଓ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଦ୍ୱାରିକା ପ୍ରସାଦ ପଟ୍ଟନାୟକ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ଆଗାମୀ ବର୍ଷ ନିମନ୍ତେ ରୋଟାରିଆନ୍ ନିରଞ୍ଜନ ପାତ୍ର ସଭାପତି ଓ ସୁଜିତ ପଟ୍ଟନାୟକ ସମ୍ପାଦକ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ରୋଟାରିଆନ ଏସ. ରେଖା ମହାନ୍ତି, ସ୍ୱାଗତିକା ସାମନ୍ତ ରାୟ ଓ ସ୍ମରପ୍ରିୟା ପଲେଇ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଡକ୍ଟର ବିମଳ ପ୍ରସାଦ ସାହୁ, ପ୍ରସନ୍ନ ପତି, ପଦ୍ମଚରଣ ସାହୁ ଓ ନିରୋଦ ନାୟକ ନୂତନ ସଭ୍ୟଙ୍କ ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ନୀଳକଣ୍ଠ ବେହେରା, ନଳିନୀ ରଞ୍ଜନ ସାହୁ, ଶରତ କୁମାର ପଣ୍ଡା, ରବୀନ୍ଦ୍ର କୁମାର ସାହୁ ଓ ଛତ୍ରପୁର ଏନ.ଏ.ସି. ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କୁ ମୁଖ୍ୟଅତିଥି ରୋଟାରୀ ସଦସ୍ୟତା ପ୍ରଦାନ କରିଥିଲେ । ଚାର୍ଟର ସମ୍ପାଦକ ସୁରଜିତ ସାମନ୍ତରାୟ ଛତ୍ରପୁର ରୋଟାରୀ କ୍ଲବ ଦ୍ବାରା ବିଗତବର୍ଷ ମାନଙ୍କରେ ହୋଇଥିବା ସମାଜ ମଙ୍ଗଳ କାର୍ଯ୍ୟକ୍ରମର ସୂଚନା ଦେଇଥିବା ବେଳେ ଚାର୍ଟର ସଭାପତି ପ୍ରଫୁଲ୍ଲ ପଟ୍ଟନାୟକ କ୍ଲବ ସ୍ଥାପନା ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ ।

Leave A Reply

Your email address will not be published.