ରାଉରକେଲା, (କେପିଏନ୍ଏସ୍) : ମଧୁସୂଦନ ପାଠାଗାର ଓ ଛେଣ୍ଡ ୱେଲଫେୟାର କମିଟିର ମିଳିତ ଆନୁକୂଲ୍ୟରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ପାଠାଗାରର ସଭାପତି ହରିହର ରାଉତରାୟ ପତାକା ଉତ୍ତୋଳନ କରିଥିଲେ । ୱେଲଫେୟାର କମିଟିର ସଭାପତି ପୂର୍ଣ୍ଣଚନ୍ଦ୍ର ପ୍ରଧାନ ତାଙ୍କ ଅଭିଭାଷଣରେ ସ୍ୱାଧିନତା ଆନ୍ଦୋଳନରେ ଝାସ ଦେଇଥିବା ମହାପୁରୁଷମାନଙ୍କ ଆଦର୍ଶରେ ଅନୁପ୍ରଣିତ ହେବା ପାଇଁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ସମ୍ପାଦକ ବ୍ରଜକିଶୋର ପାଣି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୂର୍ଯ୍ୟ ନାରାୟଣ ପଣ୍ଡା, ରାଖାଲ୍ ମହାନ୍ତି, ରବି ନରାୟଣ ମହାନ୍ତି, ପ୍ରକାଶ ମହାନ୍ତି, ଜୟୀରାମ ସାମଲ, ଜଗବନ୍ଧୁ ବେହେରା ଓ ସୁଶାନ୍ତ କୁମାର ନାୟକ ଆଦି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲ ।