oom

ମନ୍ଦିର ପ୍ରତଷ୍ଠା ମହୋତ୍ସବ ଅବସରରେ ରକ୍ତଦାନ ଶିବିର

jsmm

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଶ୍ରୀ ଶ୍ରୀ ସୁଦର୍ଶନ ମହାପ୍ରଭୁଙ୍କ ବିଗ୍ରହ ପ୍ରତିଷ୍ଠା ଅବସରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ବରଗଡ ବ୍ଲକ ଅନ୍ତର୍ଗତ ଖଣ୍ଡହତା ଠାରେ ଆୟୋଜିତ ହୋଇଯାଇଛି । ଏହି ଶିବିରକୁ ମନ୍ଦିର ପ୍ରତିଷ୍ଠା କମିଟିର ସଭାପତି ରାଜକିଶୋର ଶତପଥୀ ଓ ସଂପାଦକ ମୋହନ ସାହୁ ଫିତାକାଟି ଉଦ୍‌ଘାଟନ କରି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ବରଗଡ଼ ରକ୍ତ ଭଣ୍ଡାର ଦ୍ୱାରା ମୋଟ ୩୩ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ଶିବିର ପରିଚାଳନାରେ ନିଷ୍ଠା ପରିବାରର ଉପଦେଷ୍ଟା ଦୁର୍ବାଦଳ ଷଡ଼ଙ୍ଗୀ, ସଭାପତି ରକ୍ଷପାଳ ସାହୁ, ସଂପାଦକ ଅଶ୍ବିନୀ ତ୍ରିପାଠୀ, କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ସାହୁ, ମହିଳା ଶାଖାର ସଂଯୋଜିକା ତ୍ରିପୁରା ସୁହୁଲା, ରୀନା ମହାରଣା, ମାନି ଭୋଇ ତଥା ନିଷ୍ଠା ପରିବାରର ଟିମ୍‌ ଉତ୍ସାହର ସହିତ ପୂର୍ଣ୍ଣମାତ୍ରାରେ ସହଯୋଗ କରି ଏବଂ ସକ୍ରିୟ ଅଂଶ ଗ୍ରହଣ କରି ଶିବିରକୁ ସଫଳ କରିଥିଲେ । ସେହିପରି ନିଷ୍ଠା ପରିବାର ଓ ପଥର୍ଲା ଗ୍ରାମବାସୀଙ୍କର ମିଳିତ ଆନୁକୂଲ୍ୟରେ ମନ୍ଦିର ସମୂହର ପ୍ରତିଷ୍ଠା ମହୋତ୍ସବ ଅବସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ପଥର୍ଲା, ବରଗଡ ଠାରେ ଆୟୋଜନ କରାଯାଇଥିଲା । ଏହି ଶିବିରରେ ବୁର୍ଲା ରକ୍ତ ଭଣ୍ଡାର ଦ୍ୱାରା ମୋଟ ୩୧ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା ।

jittmm
Leave A Reply

Your email address will not be published.