centurian jitm

୭୭ତମ ସ୍ଵାଧୀନତା ଦିବସ ଉପଲକ୍ଷେ ରକ୍ତଦାନ ଶିବିର : ୧୦୫ ୟୁନିଟ ରକ୍ତ ସଂଗ୍ରହ

nschool

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ୭୭ତମ ସ୍ଵାଧୀନତା ଦିବସ ଉପଲକ୍ଷେ ଗଞ୍ଜାମ ସହରର ସ୍ୱେଛାସେବୀ ସଂଗଠନ ଇକୋ ୱାରିୟର ପରିବାର ପକ୍ଷରୁ ଭାରତୀ ବିଦ୍ୟାପୀଠ ସଭା ଗୃହଠାରେ ମଙ୍ଗଳବାର ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗ୍ରାସିମ୍ ୟୁନିଟ୍ ହେଡ ଅଜୟ ଗୁପ୍ତା ଉଦ୍‌ଘାଟନ କରିଥିଲେ । ରକ୍ତଦାନ ମହତଦାନ । ଜଣେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ମନୁଷ୍ୟ ଜୀବନ ବଞ୍ଚାଇବା ପାଇଁ ଏହାର ନିହାତି ଆବଶ୍ୟକ ରହିଛି ବୋଲି ସେ କହିଥିଲେ । ସମ୍ମାନିତ ଅତିଥି ରୂପେ ଫରେଷ୍ଟ ରେଞ୍ଜର ସିଦ୍ଧାର୍ଥ କୁମାର ସାହୁ, ଗ୍ରାସୀମ ଇଣ୍ଡଷ୍ଟ୍ରି ଏଚ୍‌ଆର୍‌ ହେଡ଼ ନିରଜ ପଟ୍ଟନାୟକ, ଗ୍ରାସୀମ ଲୋକ ସମ୍ପର୍କ ସୂଚନା ଅଧିକାରୀ ପ୍ରବୀଣ କୁମାରଦାସ, ସୁସ୍ମିତା ବେହେରା, ମେନେଜର ନିକଲ ମହେଶ୍ୱରୀ, ଗଞ୍ଜାମ ଏନ୍‌ଏସି ଈଓ ଅଭିନାଶ ମିଶ୍ର, ପରିବେଶବିତ ଶଙ୍କର ନାରାୟଣ ଭେଜ  ଯୋଗଦେଇ ରକ୍ତଦାତଙ୍କୁ ଉତ୍ସାହିତ କରିଥିଲେ । ୧୦୫ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ଏହି ରକ୍ତଦାନ ଶିବିରକୁ ଇକୋ ୱାରିୟର ପରିବାରର, ପ୍ରଭାତ ବିଶ୍ୱାଳ, ସିମାଞ୍ଚଳ ଦାସ, ଦୁର୍ଗା ମାଧବ ପାଣିଗ୍ରାହୀ, ସନ୍ତୋଷ ତରାଇ, ଅଖିଳ ତରାଇ, ପ୍ରଣବ ପ୍ରଧାନ, ଗୁରୁନାଥ ରେଡ୍ଡୀ, ପ୍ରଭାତ ସାହୁ, ଦୁର୍ଯ୍ୟୋଧନ ରେଡ୍ଡୀ, ଅକ୍ଷୟ ପଲାଇ, କିରତ ରେଡ୍ଡୀ, କରୁଣାକର ରେଡ୍ଡୀ, ଟୁକୁନା ରେଡ୍ଡୀ, ତ୍ରିପତି ସାହୁ, ବଳରାମ ରେଡ୍ଡୀ, ସଂଜୟ ସ୍ୱାଇଁ, ସୁନିଲ ସେନାପତି, ଏମ.କ୍ରିଷ୍ଣା ଦୋରା, ଦିପୁ ପଲାଇ ଆଦି ଉପସ୍ଥିତ ରହି ଏହାକୁ ପରିଚାଳନା କରିଥିଲେ ।

Leave A Reply

Your email address will not be published.