oom

ସିଆର୍‌ପିଏଫ୍‌ ୮୨ତମ ପ୍ରତିଷ୍ଠା ଉତ୍ସବକୁ ସ୍ମରଣୀୟ କରିବା ପାଇଁ ୧୮୯ ବାଟାଲିଆନ୍‌ ବଲାଙ୍ଗିର ସିଆର୍‌ପିଏଫ୍‌ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ସିଆର୍‌ପିଏଫ୍‌ ରାଷ୍ଟ୍ର ସେବାରେ ନିଜର ସମିର୍ପିତ ୮୨ ବର୍ଷ ପୂରଣ କରିବାକୁ ଯାଉଛି । ଆସନ୍ତା ୧୯ ମାର୍ଚ୍ଚରେ ବାର୍ଷିକୋତ୍ସବ ପାଳନ କରିବ ସିଆର୍‌ପିଏଫ୍‌ । ଏହି ଅବସରକୁ ସ୍ମରଣୀୟ କରିବା ପାଇଁ ବଲାଙ୍ଗିର ସିଆର୍‌ପିଏଫ୍‌ ୧୮୯ ବାଟାଲିଆନ ପକ୍ଷରୁ ବଲାଙ୍ଗିର ରକ୍ତ ଭଣ୍ଡାରର ପ୍ରତ୍ୟକ୍ଷ ସହାୟତାରେ ବଲାଙ୍ଗିର ସିଆର୍‌ପିଏଫ୍‌ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଗତ ୧୫ ତାରିଖ ଦିନ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । କମାଣ୍ଡେଣ୍ଟ ଯୋଗେନ୍ଦ୍ର ସିଂ ମୋର୍ଯ୍ୟ, ସହ କମାଣ୍ଡେଣ୍ଟ ସୁରେନ୍ଦ୍ର କୁମାର ତଥା ଶ୍ରୀମତୀ ନୀନା ଶର୍ମା, ଆଇଟିଆଇ ପ୍ରିନ୍ସପାଲ୍‌ କମ୍ବୁପାଣି ମେହେର, ସଚିବ ହିତେଶ ସାହୁ, ଗନ୍ଧମାର୍ଦ୍ଦନ ଟ୍ରଷ୍ଟ ତଥା ଗ୍ରୀନ୍‌ ଏନାର୍ଜି ଏଣ୍ଡ୍‌ କନ୍‌ଷ୍ଟ୍ରକ୍‌ସନ୍‌ର ଶ୍ରୀମତୀ ଐଶ୍ୱର୍ଯ୍ୟା ଦାଶ ଏହି ଶିବିରରେ ଯୋଗଦାନ କରି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ ।

ଏହି ଅବସରରେ ସିଆର୍‌ପିଏଫ୍‌ର ଅଧିକାରୀ ତଥା ଯବାନ ସମୂହ, ବଲାଙ୍ଗିର ଆଇଟିଆଇ.ର ଶିକ୍ଷକ ତଥା ବିଦ୍ୟାର୍ଥୀ ମାନେ, ଗ୍ରୀନ୍‌ ଏନର୍ଜି ଏବଂ ନିର୍ମାଣ ତଥା ଗନ୍ଧମାର୍ଦ୍ଦନ ଫାଉଣ୍ଡେସନ୍‌ର ପ୍ରତିନିଧିମାନେ ସ୍ୱେଚ୍ଛାକୃତ ରକ୍ତଦାନ କରି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ତେବେ ଏହି ଅବସରରେ ୫୭ ୟୁନିଟ୍‌ ରକ୍ତ ସଂଗୃହୀତ ହୋଇଥିଲା । ବଲାଙ୍ଗିର ସିଆର୍‌ପିଏଫ୍‌ର ଏତାଦୃଶ କାର୍ଯ୍ୟକ୍ରମକୁ ରକ୍ତ ଭଣ୍ଡାର ପକ୍ଷରୁ ପ୍ରଶଂସା କରାଯାଇଥିଲା । ରକ୍ତଦାନ ଶିବିର ପ୍ରାରମ୍ଭରେ କମାଣ୍ଡେଣ୍ଟ ଯୋଗେନ୍ଦ୍ର ସିଂ ମୋର୍ଯ୍ୟ ଦେଶର ଏକତା ଏବଂ ଅଖଣ୍ଡତା ବଜାୟ ରଖିବା ପାଇଁ ଜନତା ଏବଂ ରାଜ୍ୟ ଅଧିକାରୀଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବା ଦିଗରେ ସିଆର୍‌ପିଏଫ୍‌ର ଭୂମିକା, ଏହାର ବଳିଷ୍ଠ ଐତିହ୍ୟ, କାର୍ଯ୍ୟକ୍ରମ ତଥା କର୍ତ୍ତବ୍ୟ ସଂପର୍କରେ ଏକ ମନୋଜ୍ଞ ଅଭିଭାଷଣ ପ୍ରଦାନ କରିଥିଲେ ଏବଂ ରକ୍ତଦାତାମାନଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରିଥିଲେ ।

jittmm
Leave A Reply

Your email address will not be published.