ଘର ଭିତରୁ ଝିଅର ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର

କେନ୍ଦୁଝର : ଘର ଭିତରୁ ଝିଅର ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର । ମୃତ ଝିଅ ହେଉଛନ୍ତି କେନ୍ଦୁଝର ଟାଉନ ଥାନା ସ୍ଥିତ ପବିତ୍ର ଡିହାବରାଳ ଲଜ ଗଳିରେ ଭଡା ରହୁଥିବା ରବୀନ୍ଦ୍ର ବେହେରାଙ୍କ ବଡ଼ ଝିଅ ମନୋରମା ବେହେରା । ରବୀନ୍ଦ୍ର ବେହେରାଙ୍କ କହିବା ଅନୁସାରେ ସେ ଲାବଣ୍ୟ ଛକ ନିକଟରେ ଛତୁ ବେପାର କରନ୍ତି । ସେ ଓ ତାଙ୍କ ସ୍ତ୍ରୀ ଛତୁ ବେପାର କରିବା ପାଇଁ ଯାଇଥିଲା ବେଳେ ତାଙ୍କ ସାନ ଝିଅ କଲେଜ ଯାଇଥିଲେ ଏବଂ ମନୋରମା ଚାଉଳ ନେଇ ଘରକୁ ଫେରିବା ପରେ ବାପା ଓ ମା‘ଙ୍କୁ ଫୋନରେ ଜଣାଇଥିଲେ । ହେଲେ ଯେତେବେଲେ ବାପା ମା’ ଘରକୁ ଫେରିଲେ ସେତେବେଲେ ଝିଅ ମନୋରମାଙ୍କ ମୃତଦେହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୁହଁ ମାଡି ତଳକୁ ପଡିଥିବାର ଦେଖିବାକୁ ପାଇଥିଲେ । ଘଟଣାସ୍ଥଳରେ ସଦର ଏସଡିପିଓ ମହେନ୍ଦ୍ର ମୁର୍ମୁ ପହଞ୍ଚି ତଦନ୍ତ ଚଳାଇଛନ୍ତି । ତଦନ୍ତ ପରେ ଘଟଣାର ସତ୍ୟ ଜଣାପଡିବ ବୋଲି ଏସଡିପିଓ ଶ୍ରୀ ମୁର୍ମୁ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.