ବନ୍ୟାବିପନ୍ନଙ୍କୁ ପଲଥିନ ନମିଳିବାରୁ ଖୋର୍ଦ୍ଧା ବଲାଙ୍ଗିର ଜାତୀୟ ରାଜପଥ ଅବୋରୋଧ

ବୌଦ୍ଧ,(ବଂଶୀଧର ମାଝୀ) : ଗତ ଲଗାଣବର୍ଷା ଓ ମହାନଦୀ ବନ୍ୟାରେ ପ୍ରଭାବିତ ହୋଇଥିବା ଲୋକମାନଙ୍କୁ ସରକାରଙ୍କ ପକ୍ଷରୁ ମାଗଣାରେ ଯୋଗାଇ ଦିଆଯାଉଥିବା ପଲିଥିନ୍ ନମିଳିବାରୁ ପ୍ରଭାବିତ ଲୋକମାନେ ଖୋର୍ଦ୍ଧା ବଲାଙ୍ଗିର ନଂ.୫୭ ଜାତୀୟ ରାଜପଥ ବୀରନସିଂହପୁର ଠାରେ ଗୋଟାଏ ଘଣ୍ଟା ପର୍ଯ୍ୟନ୍ତ ରାସ୍ତା ଅବୋରୋଧ କରିଥିଲେ। ଫଳରେ ଜାତୀୟ ରାଜପଥରେ ଯାଉଥିବା ଶହଶହ ସଂଖ୍ୟାରେ ଗାଡିମଟର ଅଟକିଥିବାବେଳେ ଜାତୀୟ ରାଜପଥ ଜାମ୍ ହୋଇଥିବା ଦେଖିବାକୁ ମିଳିଥିଲା । ସୁଚନା ମତେ ବୌଦ୍ଧଜିଲ୍ଲା ହରଭଙ୍ଗା ତହସିଲ୍ ବୀରନସିଂହପୁର ସର୍କଲର କେତକ ଗାଁ ଗତ ଲଗାଣ ବର୍ଷା ଓ ବନ୍ୟାରେ ପ୍ରଭାବିତ ହୋଇଥିଲେ ମଧ୍ୟ ଆଜକୁ ୬ଦିନ ବିତି ଯାଇଥିଲେ ହେଁ ପ୍ରଭାବିତ ଲୋକମାନଙ୍କୁ ଏପର୍ଯ୍ୟନ୍ତ ଜରିପାଲ ମିଳିନଥିବାରୁ ଲୋକମାନେ ବାଧ୍ୟହୋଇ ବୀରନସିଂହପୁର ଠାରେ ରାସ୍ତା ଅବୋରୋଧ କରିଥିଲେ । ଯାହାଫଳରେ ଏକଘଣ୍ଟା ପର୍ଯ୍ୟନ୍ତ ଜାତୀୟ ରାଜପଥରେ ଗାଡିମଟର ଅଟକିଥିବା ସହ ବହୁ ସଂଖ୍ୟାରେ ଯାତ୍ରୀମାନେ ଠିଆ ହୋଇଥିବା ଦେଖିବାକୁ ମିଳିଥିଲା। ଏନେଇ ହରଭଙ୍ଗା ତହସିଲ୍ ର ଅତିରିକ୍ତ ତହସିଲଦାରଙ୍କୁ ରାସ୍ତା ଅବରୋଧ ସଂପର୍କରେ ପଚାରିବାରୁ ବୀରନସିଂହପୁର ରାଜସ୍ବ ସର୍କଲର ଅଧିକାରୀଙ୍କ ଦେହ ଖରାପ ଥିବାରୁ ସେ ପ୍ରଭାବିତ ଲୋକମାନଙ୍କୁ ପଲଥିନ୍ ବଣ୍ଟନ କରିପାରି ନଥିବା ସେ କହିଛନ୍ତି । ଏହା ସହ ଆସନ୍ତା କାଲିଠୁ ଉକ୍ତ ସର୍କଲର ପଞ୍ଚାୟତ ଉଚିତ ହିତାଧିକାରିଙ୍କୁ ପଲଥିନ୍ ବଣ୍ଟନ କରାଯିବା ପାଇଁଁ ସ୍ଥାନୀୟ ଆର୍‌ଆଇଙ୍କୁ ନିର୍ଦେଶ ଦେଇଥିବା କହିଛନ୍ତି ।

Leave A Reply

Your email address will not be published.