jayashree

ଏସସିବି ମେଡିକାଲ କଲେଜରେ ରାଗିଙ୍ଗ

କଟକ : ଏସସିବି ମେଡିକାଲ କଲେଜରେ ରାଗିଙ୍ଗ । ମେଡିକାଲ କଲେଜର ଫାଇନାଲ ଇୟର୍ ଛାତ୍ରଙ୍କ ବିରୁଦ୍ଧରେ ପ୍ରଥମ ବର୍ଷ ଛାତ୍ର ଏହି ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଗ୍ରହଣ କରି ଏସସିବି ଆଣ୍ଟି ରାଗିଙ୍ଗ କମିଟିର ବୈଠକ ବସିଥିଲା । ଏବଂ ଏଥିରେ ଅଭିଯୋଗ ଆଣିଥିବା ଛାତ୍ର ଦେଇଥିବା ତଥ୍ୟ ଆଧାରରେ ଯାଞ୍ଚ ଆରମ୍ଭ କରାଯାଇଛି। ସୂଚନା ଅନୁଯାୟୀ ଛାତ୍ର ନିବାସରେ ରାତିରେ କୌଣସି କାରଣରୁ ଫାଇନାଲ ଇୟର୍‌ ଛାତ୍ର ପ୍ରଥମ ବର୍ଷ ଛାତ୍ରଙ୍କୁ ଖରାପ ବ୍ୟବହାର କରିଥିଲେ । ପରେ ରାଗିଙ୍ଗର ଶିକାର ହୋଇଥିବା ଛାତ୍ର ଜଣଙ୍କ ନିଜ ପରିବାର ଲୋକଙ୍କୁ ଏହା ଜଣାଇଥିଲେ । ପରେ ସେ ଏସସିବି ମେଡିକାଲ କଲେଜ ଡିନ, ପ୍ରିନସିପାଲ ଓ ଆଣ୍ଟି ରାଗିଙ୍ଗ କମିଟିଙ୍କୁ ମେଲ ସାହାଯ୍ୟରେ ଜଣାଇଥିଲେ । ଏହି ଘଟଣାକୁ ନେଇ ଆଣ୍ଟି ରାଗିଙ୍ଗ କମିଟି ଏକ ମିଟିଙ୍ଗ ଡକାଯାଇଥିଲା । ଉଭୟ ଛାତ୍ରଙ୍କୁ କାଉସିଲିଂ କରାଯାଇଥିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.