jayashree

ଭାରତ ବିକାଶ ପରିଷଦ ଟିଟିଲାଗଡ଼ ଶାଖା ପକ୍ଷରୁ ପୁସ୍ତକ ଲୋକାର୍ପଣ ଉତ୍ସବ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ସମ୍ପର୍କ, ସହଯୋଗ, ସଂସ୍କାର, ସେବା ଓ ସମର୍ପଣ ଭାବକୁ ନେଇ ସମାଜକୁ ଏକ ବାର୍ତ୍ତା ଦେଇ କାର୍ଯ୍ୟ କରିଥାଏ ଭାରତ ବିକାଶ ପରିଷଦ । ଭାରତ ବିକାଶ ପରିଷଦ ଟିଟିଲାଗଡ଼ ଶାଖା ପକ୍ଷରୁ ରବିବାର ଦିନ ଏକ ପୁସ୍ତକ ଲୋକାର୍ପଣ ଉତ୍ସବ ସ୍ଥାନୀୟ ଆଦିବାସୀ ଭବନ ଠାରେ ସଭାପତି ବ୍ରହ୍ମାନନ୍ଦ ପୂହାଣଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ରାଜୀବଲୋଚନ ପାଢୀଙ୍କ ଲିଖିତ ଜୀବନ ପାବଚ୍ଛର କବିତା ଓ ଡ. ଛାୟାକାନ୍ତ ଷଡ଼ଙ୍ଗୀଙ୍କ ଲିଖିତ ପ୍ରବନ୍ଧ, ପ୍ରବୋଧ ଲୋକାର୍ପଣ କରାଯାଇଥିଲା । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ବରିଷ୍ଠ ଆଇନଜୀବୀ କୃଷ୍ଣ ଚନ୍ଦ୍ର ସାହୁ, ଭାରତ ବିକାଶ ପରିଷଦର ସମ୍ପାଦକ ପ୍ରମୋଦ କୁମାର ପାଲ, ସମୀକ୍ଷକ ଭିକାରୀ ଚରଣ ମିଶ୍ର ଓ ଉମେଶ ଚନ୍ଦ୍ର ଦାସ ମଞ୍ଚାସୀନ ଥିଲେ । ଏହି ପୁସ୍ତକ ଲୋକାର୍ପଣ ଉତ୍ସବରେ ଅବସର ପ୍ରାପ୍ତ ଶିକ୍ଷକ ଅଭିନ କିଶୋର ରଥ, ଭକ୍ତ ପ୍ରସାଦ ପାଢ଼ୀ, ସାହିତ୍ୟ ପ୍ରେମି ଅଖିଳ କିଶୋର ପଣ୍ଡା, ଅଞ୍ଜନା ପରମଗୁରୁ, ପାଣ୍ଡବ ତ୍ରିପାଠୀ, ଚିନ୍ତାମଣି ମହାପାତ୍ର, ସେବକ ଚରଣ ଦାସ, କୋଶଳୀ କବି ଦିଲ୍ଲୀପ ପଶାୟତ, ସଞ୍ଜୟ ଅଗସ୍ତି, ସୁନିଲ ଅଗସ୍ତି, ରତ୍ନାକର ସାହୁ, ଜଗନ୍ନାଥ ପଣ୍ଡା, ଡ. ଘନଶ୍ୟାମ ଜୈନ, ବୃନ୍ଦାବନ କୁମ୍ଭାର, ଫାଲଗୁନି ସାହୁ, କୁଳମଣି ସାହୁ, ମୁରିବାହାଲ ମହାବିଦ୍ୟାଳୟର ଅଧ୍ୟକ୍ଷ ସରୋଜ କୁମାର ନାୟକ, ଟିଟିଲାଗଡ଼ ସହରର କବି, ଲେଖକ, ସମାଜସେବୀ, ବୁଦ୍ଧିଜୀବୀ ଏବଂ ବହୁତ ଅବସରପ୍ରାପ୍ତ ଶିକ୍ଷକ ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.