oom

ଟାଇକାଣ୍ଡୋ ଏସୋସିଏସନର ଅଷ୍ଟମ କଲର ବେଲ୍ଟ ପ୍ରମୋସନ ଟେଷ୍ଟ

jsmm

ବରଗଡ଼, (କେପିଏନ୍‌ଏସ୍‌) : ବରଗଡ଼ ଭଟଲି ଛକ ସ୍ଥିତ ଜୟସିଂ ମଣ୍ଡପ ଠାରେ ବରଗଡ଼ ଟାଏକୋଣ୍ଡୋ ଏସୋସିଏସନ ତରଫରୁ ଦୁଇ ଦିବସିୟ ୮ତମ କଲର ବେଲ୍ଟ ପ୍ରମୋସନ ଟେଷ୍ଟ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ସଭାରେ ଏସୋସିଏସନର ଜିଲ୍ଲା ସଭାପତି ନବକିଶୋର ପାଣିଗ୍ରାହୀ ସଭାପତିତ୍ୱ କରିଥିଲେ । ଉଦ୍‌ଘାଟନୀ ସଭାରେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ମା’ ସମଲେଇ ଫୋଟୋ ଚିତ୍ରରେ ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ବରଗଡ଼ ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ କଳ୍ପନା ମାଝୀ, ଆନ୍ତର୍ଜାତୀୟ ପଦକଧାରୀ ଏହେସାସ ହୋତା ଏବଂ ଦ୍ୱିତୀୟ ଦିନରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ, ବରଗଡ ଉପଖଣ୍ଡ ପୋଲିସ ଅଧିକାରୀ ଅମ୍ରିତ କୁମାର ପଣ୍ଡା, ସଭାପତି ନବକିଶୋର ପାଣିଗ୍ରାହୀ, ଆନ୍ତର୍ଜାତୀୟ ପଦକଧାରୀ ଏହେସାସ ହୋତା, ସେକ୍ରେଟେରୀ ତଥା ଶିକ୍ଷକ ବିଜୟ ଭୋଇ, ଉପସଭାପତି ଆଶୁତୋଷ ରଥ, କୋଷାଧ୍ୟକ୍ଷା ଶ୍ରୀୟା ମିଶ୍ର, ସହସମ୍ପାଦିକା ରାଜଶ୍ରୀ ବଗର୍ତ୍ତି ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ଶେଷରେ ଉପସଭାପତି ଆଶୁତୋଷ ରଥ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.