ରାଉରକେଲା, (ସସ୍ମିତା ପ୍ରଧାନ) : ବିବେକାନନ୍ଦ ସରକାରୀ ଉଚ୍ଚ ବିଦ୍ୟାଳୟ, ଗର୍ଜନ ଠାରେ ବିଶ୍ୱ ପୋଲିଓ ଦିବସ ଅବସରରେ ଏକ ଗୁରୁତ୍ୱପୂର୍ଣ୍ଣ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ଇଣ୍ଟରାକ୍ଟ କ୍ଲବ ଓ ରୋଟାରୀ କ୍ଲବ ଅଫ୍ ରାଉରକେଲା ଅର୍ବାନ ଦ୍ୱାରା ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମରେ ହାଇଟେକ ମେଡିକାଲ କଲେଜ ଡା. ଅନୁରାଗ ଏକ୍କା ମୁଖ୍ୟଅତିଥି ଭାବେ ଏବଂ ସେହିପରି ସହକର୍ମୀ ଡାକ୍ତର ମାନେ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ହୋଇଥିଲେ । ହାଇଟେକ ମେଡିକାଲ କଲେଜର ପ୍ରଫେସର ଓ ଅନ୍ୟାନ୍ୟ ଶିକ୍ଷକମାନେ ସହଯୋଗ କରିଥିଲେ । ସେମାନେ ତାଙ୍କ ପ୍ରୋଜେକ୍ଟର ଦ୍ୱାରା ଗୁରୁତ୍ୱପୂର୍ଣ୍ଣ ଭିଡିଓ ଓ ଭିଜୁଆଲ ପ୍ରଦର୍ଶନ କରିଥିଲେ, ଯାହା ଛାତ୍ରଛାତ୍ରୀ, ଇଣ୍ଟରାକ୍ଟର, ରୋଟାରୀଆନ, ଏସ୍ଏସ୍ଜି ଷ୍ଟାଫ ଓ ସମସ୍ତ ଦର୍ଶକଙ୍କ ହୃଦୟକୁ ଛୁଇଁଥିଲା । ପୋଲିଓ କେମିତି ହୁଏ ଓ ତାର ସମ୍ପୂର୍ଣ୍ଣ ନିରାକରଣର ସବିଶେଷ ବିବରଣୀ କଥା ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ଚିତ୍ର ମାଧ୍ୟମରେ ବୁଝାଇ ଦିଆଯାଇଥିଲା । ରୋଟାରୀ କ୍ଲବ ଅଫ ରାଉରକେଲା ଅର୍ବାନର ସଭାପତି ଇଂ ଉଦିତ କୁମାର ସାହୁଙ୍କ ସଭାପତିତ୍ୱ ଇଣ୍ଟରାକ୍ଟ କ୍ଲବର ସଭାପତି ପ୍ରଦ୍ୟୁମ୍ନ କୁମାର ବଡାଇକ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରୋଟାରୀ କ୍ଲବ ପକ୍ଷରୁ ସମସ୍ତ ସହଯୋଗ ଯୋଗାଇ ଦିଆଯାଇଥିଲା । ଅନ୍ୟ ରୋଟାରିଆନଙ୍କ ମଧ୍ୟରେ ଡି. ମୋହନ ରାଓ, ଡା. ପ୍ରଭାତ କୁମାର ମହାନ୍ତି, ଦେବବ୍ରତ ନାୟକ, ରବିକାନ୍ତ ସିଂହ, ବନାନୀ ଦାସ, ପଦ୍ମିନୀ ସାହୁ, ମିନା ମହାନ୍ତି, ସସ୍ମିତା ନାୟକ ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହରିଶ୍ଚନ୍ଦ୍ର ପାଣିଗ୍ରାହୀଙ୍କ ସହଯୋଗ ଓ ସୁବିଧା ପ୍ରଦାନରୁ କାର୍ଯ୍ୟକ୍ରମ ସଫଳ ଓ ସନ୍ତୋଷଜନକ ହୋଇପାରିଥିଲା । ଶେଷରେ ଛାତ୍ରଛାତ୍ରୀମାନଙ୍କୁ ଚକୋଲେଟ ବଣ୍ଟନ କରାଯାଇଥିଲା ।