om academy

ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ଅନୁଷ୍ଠିତ ବକୃତା ପ୍ରତିଯୋଗିତାର ଫଳାଫଳ ଘୋଷଣା

jsm

ରାଉରକେଲା, (କେପିଏନ୍‌ଏସ୍‌) : ରାଉରକେଲା ଠାରେ ଦୁର୍ନୀତି ନିବାରଣ ବିଭାଗ ଓ ପ୍ରଶାସନ ତରଫରୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅକ୍ଟୋବର ମାସ ୨୭ ତାରିଖରୁ ନଭେମ୍ବର ମାସ ୨ ତାରିଖ ପର୍ୟ୍ୟନ୍ତ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଦୁର୍ନୀତି ନିବାରଣ ବିଭାଗ ରାଉରକେଲା ତରଫରୁ -Vigilant India Prosperious India /ସତର୍କ ଭାରତ ସମୃଦ୍ଧ ଭାରତ ବିଷୟ ବସ୍ତୁକୁ ନେଇ ଏକ ବକୃତା ପ୍ରତିଯୋଗିତା ତା ୩୦/୧୦/୨୦ରିଖ ଦିନ କର୍ମଚାରୀ ଏବଂ କର୍ମଚାରୀ ପରିବାର ବର୍ଗଙ୍କ ସଦସ୍ୟ ଙ୍କୁ ନେଇ ହ୍ୱାଟ୍ସଅପ ଜରିଆରେ ଅନୁଷ୍ଠିତ ହୋଇଥିଲା । ଏହି ବକୃତା ପ୍ରତିଯୋଗୀତାରେ ଅଙ୍କିତା ସୁନାନୀ (ଦ୍ୱାଦଶ ଶ୍ରେଣୀ )ଇସ୍ପାତ ବିଦ୍ୟା ମନ୍ଦିର, ସେକ୍ଟର -୧୯-ପ୍ରଥମ, ଅର୍ପିତା ବେହେରା, ଓ.ଏସ.ଏ ପି ହାଇସ୍କୁଲ, ରାଉରକେଲା – ଦ୍ଵିତୀୟ ଏବଂ ଅର୍ଜୁନ ସୁନାନୀ, ସିନିଅର ଟେକନିସିଆନ, (ସେଲ-ଆରଏସପି) ତୃତୀୟ ଭାବେ ଯୋଗ୍ୟ ବିବେଚିତ ହୋଇଛନ୍ତି । କୋଭିଡ କଟକଣା ଯୋଗୁଁ ଚଳିତବର୍ଷର ଏହି ପ୍ରତିଯୋଗିତାଟି ହ୍ୱାଟ୍ସଅପ୍ପ ଜରିଆରେ ଅନୁଷ୍ଠିତ ହୋଇଥିଲା । କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ଓ ଯୋଗ୍ୟ ପ୍ରମାଣପତ୍ର କୋଭିଡ କଟକଣା ହେତୁ ସେମାନଙ୍କ ପାଖକୁ ପଠାଇ ଦିଆଯାଇଛି ।

Leave A Reply

Your email address will not be published.