ପାଟଣାଗଡ଼ ବ୍ଲକରେ ଉନ୍ନୟନ କାର୍ଯ୍ୟ ଠପ୍‌ ପ୍ରତିବାଦରେ ବ୍ଲକ କାର୍ଯ୍ୟାଳୟରେ ତାଲା ଦେଇ ଜନ ପ୍ରତିନିଧିଙ୍କ ଧାରଣା

ପାଟଣାଗଡ଼, (ଅଜିତ କୁମାର ପୁରୋହିତ) : ବର୍ଷ ବର୍ଷ ଧରି ପାଟଣାଗଡ଼ ବ୍ଲକରେ ହୋଇ ପାରୁନି ଉନ୍ନୟନ କାମ । ରାଜନୈତିକ ଚାପରେ ଏଠି ଚେପା ହୋଇଯାଇଛନ୍ତି ବ୍ଲକ ମୁଖିଆଠୁ ଅନ୍ୟ କର୍ମଚାରୀ । ପଂଚାୟତ ସମିତି ବୈଠକରେ ନିଷ୍ପତ୍ତି ହେଉଛି ଜନସାଧାରଣଙ୍କ ବ୍ୟକ୍ତିଗତ ଏବଂ ସାମୁହିକ ସମସ୍ୟାର ସମାଧାନ ହେବ । ସରକାରୀ ଯୋଜନାରେ ହିତାଧିକାରୀ ଉପକୃତ ହେବେ। ହେଲେ ପରେ ସବୁ ଭୁଲି ଯାଇ ପାଟି ଫିଟାଉ ନାହାନ୍ତି ବ୍ଲକ କର୍ମଚାରୀ । ଯାହାକୁ ନେଇ ଆଜି ଅପାରଗ ବ୍ଲକ ପ୍ରଶାସନ ବିରୋଧରେ ଧାରଣା ଦେଇଛନ୍ତି ବ୍ଲକ ଅଧ୍ୟକ୍ଷଙ୍କ ସହ ଜନ ପ୍ରତିନିଧି । ଗ୍ରାମାଞ୍ଚଳର ଉନ୍ନତି ମୂଳକ କାର୍ୟ୍ୟ ଯଥା ରାସ୍ତା ନିର୍ମାଣ, ଡ୍ରେନ ନିର୍ମାଣ, ଛେଳି ଗୁହାଳ, ଗାଈ ଗୁହାଳ ନିର୍ମାଣ ଦୀର୍ଘ ଏକ ବର୍ଷ ହେବ ବନ୍ଦ ରହିଛି । ପଞ୍ଚ।ୟତ ସ୍ତରୀୟ ଜନପ୍ରତିନିଧିଙ୍କ କଥାକୁ ବ୍ଲକ ପ୍ରଶାସନ ବେଖାତିର କରିଆସୁଥିବା ପ୍ରତିବାଦରେ ଆଜି ପାଟଣାଗଡ଼ ବ୍ଲକର ସମସ୍ତ ବିଭାଗରେ ଜନପ୍ରତିନିଧି ମାନେ ତାଲା ମାରି ବିଡ଼ିଓଙ୍କ କାର୍ୟ୍ୟଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ।

Leave A Reply

Your email address will not be published.