ଆଇନ ସେବା ପ୍ରାଧିକରଣ କେନ୍ଦ୍ର ଉଦ୍‌ଘାଟିତ

  • କୁନି କଳାକାରଙ୍କ ହାତ ତିଆରି ଲୋକଉତ୍ସବର ପଟ୍ଟଚିତ୍ର ଗ୍ରହଣ କଲେ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଲୋକ ଉତ୍ସବ ଚାରି ଦିନ ବ୍ୟାପି ୨୦୨୫ର ସ୍ଥାନୀୟ କୋସଲ କଳାମଣ୍ଡପରେ ଅନୁଷ୍ଠିତ ହୋଇଥିବା ବେଳେ ଏହି ଅବସରରେ ଆଇନ ସେବା ପ୍ରାଧିକରଣ କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲା ଦୌରା ଜଜ୍‌ ତଥା ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷ ଡଃ. ପବିତ୍ର ମୋହନ ସାମଲ ଉଦ୍‌ଘାଟିତ କରିଥିଲେ । କିଭଳି ଆଇନ ସେବା ଲୋକ ପାଇବେ ତାହା ସଚେତନତା କରିବା ଉଦ୍ଦେଶ୍ୟରେ ଚାରି ଦିନ ବ୍ୟାପି ଆଇନସେବା ପ୍ରାଧିକରଣ ତରଫରୁ ସଚେତନତା କାର୍ଯ୍ୟକ୍ରମ ଚାଲୁ ରହିବ । ଏହି ଅବସରରେ କୁନି କଳାକାର ରାଜ ରାଜେଶ୍ୱରୀ ମିଶ୍ର ନିଜ ହାତ ତିଆରି ଲୋକ ଉତ୍ସବ ପଟ୍ଟ ଚିତ୍ର ଜିଲ୍ଲା ଦୌରା ଜଜ୍‌ଙ୍କୁ ହସ୍ତାନ୍ତର କରିଥିଲେ । ଏହି ଉତ୍ସବରେ ବେଶ ଚର୍ଚ୍ଚିତ ରହିଥିଲା । ଏହି ଉଦ୍‌ଘାଟନ ସମାରୋହରେ ପରିବାର ଅଦାଲତ ଜର୍ଜ ବିକ୍ରମ କେଶରୀ ପଟ୍ଟନାୟକ, ଏଡିଜେ ଦ୍ୱିତୀୟ ପ୍ରୀୟ ରଂଜନ ମିଶ୍ର, ପ୍ରାଧିକରଣ ସଚିବ ପବିତ୍ରାନନ୍ଦ ପ୍ରଧାନ, ରେଜିଷ୍ଟ୍ରାର ଶ୍ରୀଦିପ ମିଶ୍ର, ଏସ୍‌ଡିଜେଏମ୍‌ ଦିପାରାଣୀ ଜେନା, ସିଭିଲ ଜଜ୍‌ ଜୁନିୟର ଡିଭିଜନ ଶାଶ୍ୱତି ମହାପାତ୍ର, ପ୍ରବେଶନ ମାଜିଷ୍ଟ୍ରେଟ ଅଧ୍ୟରୁପା ମିଶ୍ର, ଏସ୍‌ଡିଜେଏମ୍‌ ବିଜୟାନନ୍ଦ ସେଠି, ଉପଜିଲ୍ଲାପାଳ ଆଲୋକ କୁମାର ପଟେଲ, ଓକିଲ ସଂଘ ସଭାପତି ଅମ୍ବରେଶ ତ୍ରିପାଠୀ, ଜୟରାମ ମିଶ୍ର, ଓମ୍‌କାର ନାୟକ, କବି ସଂଜୟ ମିଶ୍ର, ପ୍ରଭାକର ମିଶ୍ର, ବାସୁଦେବ ମେହେର, ପିଏଲ୍‌ଭି ଜୟକୃଷ୍ଣ ମିଶ୍ର, ବିଦ୍ୟୁତଲତା ଖମାରୀ, ପ୍ରଶାନ୍ତ ମହାକୁର, ମଧୁସୁଦନ ନାୟକ, ଆଇନସେବା ପ୍ରାଧିକରଣର ସମସ୍ତ ଅଫିସ ଷ୍ଟାଫ୍‌, ଲ’ କଲେଜ, କଣ୍ଟାବାଞ୍ଜି କଲେଜ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.