centurian jitm

ବିଜେପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଏକ ଦିନିଆ ନୂତନ ଶିକ୍ଷାନୀତି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

nschool

ବିଜେପୁର, (କେପିଏନ୍‌ଏସ୍‌) : ବିଜେପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଏକ ଦିନିଆ ନୂତନ ଶିକ୍ଷାନୀତି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ବନ୍ଦନା କାଳାଂଶରେ ଦଶମାଇଲ ଶିଶୁ ମନ୍ଦିରର ଗୁରୁଜୀ ଚନ୍ଦ୍ରମଣି ସାହୁ ଦୀପ ପ୍ରଜ୍ବଳନ କରି ସମସ୍ତଙ୍କ ଶୁଭ ମନାସି ଥିଲେ । ପ୍ରଶିକ୍ଷଣରେ ମୋଟ ୮୫ ଜଣ ଗୁରୁଜୀ ଗୁରୁମା ଭାଗ ନେଇଥିଲେ । ସଂକୁଳ ସଂଯୋଜକ ପ୍ରଦୀପ କୁମାର ସାହୁଙ୍କ ତତ୍ୱାବଧାନରେ ପ୍ରଥମ କାଳାଂଶରେ ପାଣିମୋରା ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ସାଗର ଭୋଇ- ଧନ୍ଦାମୂଳକ ଶିକ୍ଷା ବିଷୟରେ, ଦ୍ବିତୀୟ କାଳାଂଶରେ ବିଜେପୁର ଶିଶୁ ବିଦ୍ୟାମନ୍ଦିରର ଆଚାର୍ଯ୍ୟ ଆନନ୍ଦ ପଧାନ – ଅଭିଜ୍ଞତା ମୂଳକ ଶିକ୍ଷା, ତୃତୀୟ କାଳାଂଶରେ ଛୁରିଆପାଲିର ଆଚାର୍ଯ୍ୟ ମନୋଜ ପଧାନ-କ୍ରିଏଟିଭ ଲାରନିଙ୍ଗ, ଚତୁର୍ଥ କାଳାଂଶରେ ଲାଉମୁଣ୍ଡାର ଗୁରୁଜୀ ଟିକେଶ୍ବର ପାଣ୍ଡେ-ଭାରତୀୟ ଶିକ୍ଷା ଦର୍ଶନ, ପଞ୍ଚମ କାଳାଂଶରେ ଛୁରିଆପାଲି ଶିଶୁ ମନ୍ଦିରର ଗୁରୁଜୀ ଜଗବନ୍ଧୁ ମହାନନ୍ଦ-ଭାରତୀୟ ଶିକ୍ଷା ମନୋବିଜ୍ଞାନ, ଷଷ୍ଠ କାଳାଂଶରେ ବନ୍ଦପାଲି ଶିଶୁ ମନ୍ଦିରର ଗୁରୁଜୀ ଶ୍ରୀନିବାସ ବାରିକ-କଳା ସମନ୍ବିତ ଶିକ୍ଷା, ସପ୍ତମ କାଳାଂଶରେ ସୋହେଲା ଶିଶୁ ମନ୍ଦିରର ଗୁରୁଜୀ ଯୁଧିଷ୍ଠିର ବିଶି-ଖେଳ ଆଧାରିତ ଶିକ୍ଷା, ଅଷ୍ଟମ କାଳାଂଶରେ ବନ୍ଧପାଲି ଶିଶୁ ମନ୍ଦିରର ଗୁରୁଜୀ-ବିଜୟ କୁମାର ଷାଣ୍ଢ ଜୀବନ କୌଶଳ ଶିକ୍ଷା, ନବମ କାଳାଂଶରେ ତାଲପଦର ଶିଶୁ ମନ୍ଦିରର ଗୁରୁଜୀ ପରମେଶ୍ବର ପଧାନ । ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଶିକ୍ଷା ଓ ଦଶମ କାଳାଂଶରେ ଦଶମାଇଲ ଶିଶୁ ମନ୍ଦିର ଗୁରୁଜୀ ପଙ୍କଜ ବାରିକ- ଭାଷାଞ୍ଜାନ ଓ ଅଙ୍କ ଞ୍ଜାନ ବିଷୟରେ କାଳାଂଶ ନେଇଥିଲେ । ଶେଷରେ ବନ୍ଦେ ମାତରମ୍ କରି ପ୍ରଶିକ୍ଷଣ ସମାପ୍ତ ହୋଇଥିଲା ।

Leave A Reply

Your email address will not be published.

error: Content is protected !!