oom

ଅଲ ଓଡିଶା ଇପିଏଫ୍ ପେନସନର୍ସ ସଂଘର ପ୍ରଧାନମନ୍ତ୍ରୀଙ୍କୁ ଦାବୀପତ୍ର

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶା ରାଜ୍ୟ ଇପିଏଫ୍ ପେନସନର୍ସ ସଂଘ ବଲାଙ୍ଗିର ଶାଖା ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଦାବୀପତ୍ର ପ୍ରଦାନ କରିଛି । ଜିଲ୍ଲା ଶାଖା ଆବାହକ ବିଶ୍ୱ ପ୍ରକାଶ ମିଶ୍ରଙ୍କ ନେତୃତ୍ୱରେ ବିଭିନ୍ନ ବିଭାଗରେ ପୂର୍ବରୁ କାର୍ୟ୍ୟ କରିଥିବା ଇପିଏଫ୍ ପେନସନରମାନେ ଜିଲ୍ଲାପାଳ କାର୍ୟ୍ୟାଳୟକୁ ଯାଇ ସେମାନଙ୍କ ସର୍ବନିମ୍ନ ମାସିକ ପେନସନ ୯ ହଜାର ଟଙ୍କା କରିବା, ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ବର୍ଦ୍ଧିତ ପେନସନ ପ୍ରଦାନ, ସମସ୍ତ ଇପିଏଫ୍ କର୍ମଚାରୀଙ୍କୁ ଚିକିତ୍ସା ଭତ୍ତା କିମ୍ବା ଆୟୁଷ୍ମାନ ଯୋଜନାରେ ସାମିଲ କରି ମାଗଣା ଚିକିତ୍ସା ସୁବିଧା, ସମସ୍ତ ପେନସନଭୋଗୀ ବରିଷ୍ଠ ନାଗରିକଙ୍କୁ ସାମାଜିକ ସୁରକ୍ଷା ଯୋଗାଇ ଦେବା ଦାବୀ କରାଯାଇଛି । ବଲାଙ୍ଗିର ଜିଲ୍ଲାରେ ୨ ହଜାରରୁ ଅଧିକ ଇପିଏଫ୍ କର୍ମଚାରୀ ରହିଛନ୍ତି । ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଅନୁସାରେ ସେମାନଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବାକୁ ସଂଘ ଦାବୀ କରିଛି ।

jittmm
Leave A Reply

Your email address will not be published.