ଭୟ ନୁହେଁ ସ୍ନେହ ଓ ଶ୍ରଦ୍ଧା ମାଧ୍ୟମରେ ଶିକ୍ଷା ପ୍ରଦାନ କରିବା ଆବାଦ୍ୟକ – ବିଧାୟକ ଦୁର୍ଗା ତନ୍ତୀ

ରାଉରକେଲା, (ସସ୍ମିତା ପ୍ରଧାନ) : ରଘୁନାଥପାଲ୍ଲୀ ବିଧାୟଜ ଦୁର୍ଗା ଚରଣ ତନ୍ତୀ ଆଜି ସିତଲପଡା ସ୍ଥିତ ଅଙ୍ଗନୱାଡି କେନ୍ଦ୍ର ପରିଦର୍ଶନରେ ଯାଇ ସେଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ନିଜ ବକ୍ତବ୍ୟରେ ଆଜିର ଶିଶୁ ହେଉଛନ୍ତି ଆଗାମୀ କାଲିର ଭବିଷ୍ୟତ ବୋଲି ପ୍ରକାଶ କରିଥିଲେ । ଏହି କୋମଳମତୀ ଶିଶୁ ମାନଙ୍କର ସର୍ବାଙ୍ଗୀନ ବିଜାଶକୁ ଉଭୟ ଜେନ୍ଦ୍ର ଓ ରାଜ୍ୟ ସରକାର ବିଶେଷ ଗୁରୁତ୍ୱ ଦେଇଛନ୍ତି । ରାଜ୍ୟର ମୋହନ ମାଝୀ ସରକାର ବିଦ୍ୟାଳୟ ପ୍ରତି କେବଳ ଅଭିଭାବକ ମାନଙ୍କର ଆଗ୍ରହ ବଢୁ ସେଥିପାଇଁ ସେମାନଙ୍କର ପିଲା ମସନଙ୍କୁ ମାଗଣାରେ ଡ୍ରେସ୍‌, ବହି ଆଦି ଯୋଗାଇ ଦେଉଛି ତା ନୁହେଁ ବିଦ୍ୟାଳୟକୁ ପାଠ ପଢିବା ପାଇଁ ଆସୁଥିବା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଦ୍ୟାଳୟକୁ ଆସିବା ଏବଂ ଏଠି ଶିକ୍ଷାପ୍ରାପ୍ତି ପାଇଁ ଆଗ୍ରହ ବଢ଼ାଇବା ପାଇଁ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରିବା ସହ ରାଜ୍ୟର ପ୍ରତ୍ୟେକ ବିଦ୍ୟାଳୟକୁ ଦଣ୍ଡମୁକ୍ତ ଅଞ୍ଚଳଭାବେ ମଧ୍ୟ ଘୋଷଣା କରିଥିବା କଥା କହି ଥିଲେ । ସେ ଆଙ୍ଗନୱାଡି କେନ୍ଦ୍ର ହେଉ ଅଥବା ପ୍ରାଇମେରି କିମ୍ବା ଅପର ପ୍ରାଇମେରୀ ବିଦ୍ୟାଳୟ ହେଉ ଏଠାସକୁ ଆସୁଥିବା ଶିଶୁ କିମ୍ବା ଛାତ୍ରଛାତ୍ରୀ ମାନଙ୍କୁ ଭୟ ନୁହେଁ ସେମାନଙ୍କୁ ସ୍ନେହ, ଶ୍ରଦ୍ଧା ଓ ଆଦର ଦେଇ ଶିକ୍ଷା ପ୍ରଦାନ କରିବାର ଆବଶ୍ୟକତା ଅଛି ବୋଲି ବିଧାୟକ ଦୁର୍ଗା ଚରଣ ତନ୍ତୀ କହିଥିଲେ ବୋଲି ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଏକ ପ୍ରେସ୍‌ ବିବୃତିରେ ଜଣାଇଛନ୍ତି ।

Leave A Reply

Your email address will not be published.