oom

କେନ୍ଦୁପତ୍ର ତୋଳାଲି କଲ୍ୟାଣ ପାଣ୍ଠି ପକ୍ଷରୁ ସହାୟତା ପ୍ରଦାନ

jsmm

ଦେଓଗାଁ, (ମନୀଷ କୁମାର ସାହୁ) : ବୁଧବାର ଅପରାହ୍ନରେ ବଲାଙ୍ଗିର ରେଞ୍ଜ ଅନ୍ତର୍ଗତ ଦେଓଗାଁ ସେକ୍‌ସନ୍‌ର ବହଲି କେନ୍ଦୁପତ୍ର ଫଡ଼ିରେ କେନ୍ଦୁପତ୍ର ତୋଳାଲି କଲ୍ୟାଣ ପାଣ୍ଠି ପକ୍ଷରୁ ମୃତ୍ୟୁକାଳୀନ ସହାୟତା ରାଶି ୨ଲକ୍ଷ ଟଙ୍କା ଚେକ୍‌ ପ୍ରଦାନ କରାଯାଇଛି । ଏହି ସହାୟତା ରାଶି ପ୍ରଦାନ କାର୍ଯ୍ୟକ୍ରମରେ ବଲାଙ୍ଗିର କେନ୍ଦୁପତ୍ର ମୁଖ୍ୟ ବନ ସଂରକ୍ଷକ ପ୍ରଦିପ୍ତ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଡିଏଫଓ ରଞ୍ଜିତ ମଳ୍ଲିକ, ଏସିଏଫ ମନୋଜ ଶିକ୍କା, ବଲାଙ୍ଗିର ରେଞ୍ଜର ଧନଜିଲାଲ ମୁଗ୍ରୀ, ଦେଓଗାଁ ସେକ୍‌ସନ୍‌ ଫରେଷ୍ଟର ରାଜିବ ସାହୁ, ଫରେଷ୍ଟର ସୁରେନ୍ଦ୍ର କୁଅଁର, ଯୁଧିଷ୍ଟିର ରାଉତ, ସିଜିନାଲ ଷ୍ଟାପ ପ୍ରମୁଖ ଯୋଗ ଦେଇଥିଲେ । ତୋଳାଲି, ବନ୍ଧାଳୀ, ସାମୟିକ କର୍ମଚାରୀମାନେ କଲ୍ୟାଣ ପାଣ୍ଠି ସଦସ୍ୟ ହୋଇ ସାମାଜିକ ସୁରକ୍ଷା ଲାଭ ନେବାକୁ ଅତିଥିମାନେ ମତ ପ୍ରକାଶ କରିଥିଲେ ।

ସୂଚନା ଯୋଗ୍ୟ ଯେ, ବହଲି ଗାଁର କେନ୍ଦୁପତ୍ର ତୋଳାଲି ଗୁନଧର ସାହୁଙ୍କ ମୃତ୍ୟୁ ବରଣ ଯୋଗୁଁ କେନ୍ଦୁପତ୍ର ତୋଳାଲି କଲ୍ୟାଣ ପାଣ୍ଠି ପକ୍ଷରୁ ତାଙ୍କ ଝିଅ ଭୂମିସୂତା ସାହୁଙ୍କୁ ୨ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିଥିଲେ । ଯେହେତୁ ସେ ଯୁକ୍ତ ଦୁଇରେ ଅଧ୍ୟୟନ କରୁଛନ୍ତି, ତାଙ୍କର ପାଠପଢ଼ାରେ ସହାୟତା ହୋଇପାରିବ ବୋଲି କହିଛନ୍ତି ।

jittmm
Leave A Reply

Your email address will not be published.